ଇଲ୍ଲିସସେଠ୍ ଜାତକ

       ରାଜାଙ୍କ କଥା ଶୁଣି ଇଲ୍ଲିସ ଅତି ଆଶ୍ଚର୍ଯ୍ୟ ହୋଇଗଲା । ସେ କହିଲା – “ମଣିମା ! ଆପଣ ଏ କ’ଣ କହୁଚନ୍ତି? ମୁଁ ତ ଆପଣଙ୍କ ପାଖକୁ ମୋଟେ ଆସିନି । ମୋ ପରି ଲୋଭୀ ଲୋକ ପୁଣି ଧନସମ୍ପତ୍ତି ବାଂଟିଦେବାକୁ କହିବ, ଆପଣ ଏ କଥା କିପରି ବିଶ୍ୱାସ କଲେ? କେହି ଜଣେ ଦୁଷ୍ଟ ଲୋକ ମୋ ନାଁ କହି ଏପରି କାଣ୍ଡ କରିଚି । ଆପଣ ସେଇ ଲୋକଟାକୁ ଧରି ଆଣି ଦଣ୍ଡ ଦିଅନ୍ତୁ । ମୋ ଧନସମ୍ପତ୍ତି ରକ୍ଷାକରନ୍ତୁ ।”

       ଏହା ଶୁଣି ରାଜା ଆଶ୍ଚର୍ଯ୍ୟ ହେଲେ । ସେ ଇଲ୍ଲିସର ଘରକୁ ଲୋକ ପଠାଇଲେ । ରାଜାଙ୍କ ଡାକରା ପାଇ ଇନ୍ଦ୍ର ଆସି ପହଁଚିଲେ । ସମସ୍ତେ ଦେଖିଲେ ଯେ ନିଜକୁ ଇଲ୍ଲିସ ବୋଲି କହୁଥିବା ଲୋକର ଓ ଇଲ୍ଲିସର ଚେହେରା ଏକା ଭଳି । ଅସଲ ଇଲ୍ଲିସ କିଏ ତାହା କେହି ଜାଣିପାରିଲେନି । ରାଜା ଓ ତାଙ୍କର ପାଖଲୋକମାନେ ବଡ ଅଡୁଆରେ ପଡିଲେ ।

       ଇନ୍ଦ୍ର କହିଲେ – “ମହାରାଜ ! ମୁଁ ହେଉଛି ଇଲ୍ଲିସ ସେଠ୍ । ଏ ଲୋକଟା ମୋ ପରି ଦେଖାଯାଉଚି ସତ – କିନ୍ତ ସେ ଇଲ୍ଲିସ ନୁହେଁ ।”

       ଇଲ୍ଲିସ ପ୍ରତିବାଦ କରି କହିଲା – “ମଣିମା ! ମୁଁ ହେଉଚି ବାରାଣସୀ ସହରର ସେଇ ଇଲ୍ଲିସ ସେଠ୍ । ଏ ଲୋକଟା ମିଛ କହୁଚି ।”

       ରାଜା କହିଲେ – “ତୁମେ ଦି’ଜଣଯାକ ନିଜନିଜକୁ ଇଲ୍ଲିସ ସେଠ୍ ବୋଲି କହୁଚ । ମୁଁ ତ କିଛି ଠିକ୍ କରିପାରୁନି । ତୁମ ସ୍ତ୍ରୀ ଓ ଘରର ଚାକରମାନଙ୍କୁ ଡାକିବା । କିଏ ଇଲ୍ଲିସ ସେମାନେ ଚିହ୍ନିପାରିବେ ।”

       ରାଜାଙ୍କ ଡାକରା ପାଇ ଇଲ୍ଲିସର ସ୍ତ୍ରୀ ଓ ଚାକରମାନେ ଆସି ହାଜର ହେଲେ । ସେମାନେ ସମସ୍ତେ ଇନ୍ଦ୍ରଙ୍କୁ ଇଲ୍ଲିସ ବୋଲି ଚିହ୍ନିଲେ ।

       ଇଲ୍ଲିସ ଏବେ କ’ଣ କରିବ, କିଛି ବୁଝିପାରିଲା ନି । ତା’ର ମନେପଡିଗଲା ଯେ ତା’ର ମୁଣ୍ଡବାଳ ଭିତରେ ଗୋଟିଏ ଭାତୁଡି ଅଛି । ଭଣ୍ଡାରୀ ଏ କଥା ଜାଣେ – ଆଉ କେହି ଜାଣନ୍ତି ନାହିଁ । ସେ ରାଜାଙ୍କୁ କହିଲା – “ମଣିମା ! ମୋ ଭଣ୍ଡାରୀକୁ ଡକାନ୍ତୁ । ଆମ ଦୁହିଁଙ୍କ ଭିତରୁ କିଏ ଇଲ୍ଲିସ ସେ ତା କହିପାରିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ