ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପାହାଡ ଚଢା

ଥରେ ଜଣେ ବିଦେଶୀ ଯୁବକ ବୁଲିବା ପାଇଁ ନେପାଳକୁ ଆସିଥାନ୍ତି । ସେଠାରେ ହିମାଳୟ ପର୍ବତକୁ ଦେଖି ଚଢିବା ପାଇଁ ମନ ବଳାଇଲେ । ହେଲେ ଏହା ତାଙ୍କ ପକ୍ଷରେ ଏକାବେଳକେ ଅସମ୍ଭବ ଥିଲା । ତଥାପି ତାଙ୍କ ମନରେ ଝୁଙ୍କ ସେ କେମିତି ହେଲେ ହିମାଳୟ ପର୍ବତ ଆରୋହଣ କରିବେ ।

       ମନରେ ଦୃଢ ପ୍ରତିଜ୍ଞା ନେଇ ଯୁବକ ଜଣକ ସେଇଠି ରହିଗଲେ । ପ୍ରତିଦିନ ପର୍ବତାରୋହଣ ଅଭ୍ୟାସ ଚାଲିଲା ତାଙ୍କର । ପ୍ରଥମେ ସେ ଏକ ଛୋଟ ପାହାଡ ଚଢିଲେ । କିଛି ଦିନପରେ ଅଭ୍ୟାସ ବଳରେ ସେହି ଛୋଟ ତୀଖ ପାହାଡର ଶୀର୍ଷକୁ ଅନାୟାସରେ ଚଢି ପାରିଲେ ।

       ଏଣିକି ବିଦେଶୀ ଯୁବକ ଜଣକ କାହାର ସାହାଯ୍ୟ ନ ନେଇ ପାହାଡ ଚଢିବା ଶିଖୁଥାନ୍ତି । ଦିନେ ସେ ଅନ୍ୟ ଏକ ପାହାଡ ଚଢୁ ଚଢୁ ଖୁବ୍ ଶୀଘ୍ର ଥକି ପଡିଲେ । ଉପରକୁ ଚାହିଁ ଦେଖିଲେ, ପାହାଡର ଦଶ ଭାଗରୁ ଭାଗେ ମଧ୍ୟ ଚଢି ନାହାନ୍ତି ସେ । ସେଦିନ ସେହିଠାରୁ ତଳକୁ ଓହ୍ଲାଇ ଆସିଲେ ।

       ପରଦିନ ପୁଣି ଉଦ୍ୟମ ଆରମ୍ଭ କରିଦେଲେ । ସେଦିନ ମଧ୍ୟ ପୂର୍ବଦିନଠାରୁ ଆଉ କିଛି ବାଟ ଅଧିକ ଯାଇ ଫେରି ଆସିଲେ । ଏଥର ତାଙ୍କର ମନୋବଳ କମ୍ ହେଉଥିବାର ଆଭାସ ସେ ପାଇଗଲେ ।ଶେଷରେ ବାରମ୍ବାର ବିଫଳ ହେବାରୁ ହତୋତ୍ସାହ ବି ହୋଇଗଲେ ।

       ଆଉ ଦିନକର କଥା । ସେ ବିମର୍ଷ ଚିତ୍ତରେ ପାହାଡ ତଳେ ଠିଆ ହୋଇ ତା’ର ଶୀର୍ଷକୁ ଅନାଇ ରହିଥାନ୍ତି । ସେତେବେଳକୁ ତାଙ୍କ ଆଖିରେ ଲୁହ ଜକେଇ ଆସିଲାଣି । ତାଙ୍କୁ ଲାଗୁଥାଏ ସତେଯେମିତି ହିମାଳୟ ପର୍ବତ ଚଢା ତାଙ୍କର ସ୍ୱପ୍ନରେ ରହିଯିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ