ତ୍ୟାଗ ଓ ଭୋଗ

ମଣିକଣ୍ଠ ପୌରୁଷଭରା ସ୍ୱରରେ ଘୋଷଣା କଲେ “ମୋର ସମସ୍ତ ଅଦ୍ଭୁତ ଶକ୍ତି ଚାଲିଯାଇଥିଲେ ମଧ୍ୟ, ମୁଁ ଅପାର ପରାକ୍ରମୀ ଅଟେ । ତୁମକୁ ବିବାହ କରିବା ପାଇଁ ମୁଁ ମୋର ଜୀବନ ସୁଧା ପଣରେ  ଲଗେଇଦେବାକୁ ପଛାଇବି ନାହିଁ । ମୁଁ ଯୁଦ୍ଧ କରି ନିଶ୍ଚୟ ସେହି ବୀରସେନର ସର୍ବନାଶ କରିବି ।”

ଗୋଟିଏ ମାସ ମଧ୍ୟରେ ଯୁଦ୍ଧର ପ୍ରସ୍ତୁତି ହୋଇଗଲା । ଚନ୍ଦ୍ରକେତୁଙ୍କ ସୈନ୍ୟବାହିନୀର ସେନାପତି ରୂପେ ମଣିକଣ୍ଠ ନିଯୁକ୍ତ ହୋଇ ଯୁଦ୍ଧଯାତ୍ରା ଆରମ୍ଭ କଲେ । ବୀରସେନ ମଧ୍ୟ ଜଣେ ଶକ୍ତିଶାଳୀ ରାଜା । ତେଣୁ ମଣିକଣ୍ଠ ଓ ତାଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚାଲିଲା । ଯୁଦ୍ଧ ସମୟରେ ବୀରସେନଙ୍କ ନିକ୍ଷେପିତ ଏକ ବର୍ଚ୍ଛା ମଣିକଣ୍ଠଙ୍କ ଶରୀର ଠିକ୍ ଭେଦ କରିବା ପାଇଁ ଯାଉଥିବା ବେଳେ, ଜଣେ ସୈନିକ ବିଜୁଳି ବେଗରେ ସେଠାରେ ପହଁଚିଗଲେ ଓ ବର୍ଚ୍ଛା ସୈନିକଙ୍କ କାନ୍ଧରେ ଆଘାତ କଲା । ମଣିକଣ୍ଠ ସେହି ସୈନିକଙ୍କୁ ଦେଖି ମନେକଲେ ଯେପରି ଆଗରୁ ତାଙ୍କୁ ସେ କେଉଁଠି ଦେଖିଛନ୍ତି ।

ଭୟଙ୍କର ଉତ୍ତେଜିତ ହୋଇ ମଣିକଣ୍ଠ ରଥରୁ ବଛା ବଛା ତୀର ବାହାର କରି ବୀରସେନଙ୍କ ଉପରେ ବର୍ଷା କରିବାରେ ଲାଗିଲେ । ଗୋଟିଏ ତୀର ବୀରସେନଙ୍କ ବକ୍ଷଭେଦ କଲା । ସେ ଆର୍ତନାଦ କରି ରଥ ଉପରୁ ଖସିପଡିଲେ । ରାଜାଙ୍କର ଏପରି ଦୁର୍ଦ୍ଦଶାଦେଖି ସୈନ୍ୟଗଣ ଭୟଭୀତ ହୋଇ ଇତସ୍ତତଃ ହୋଇଗଲେ ଓ ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲେ ।

ମଣିକଣ୍ଠ ରଥରୁ ଅବତରଣ କରି, ତାଙ୍କ ପ୍ରାଣରକ୍ଷା କରିଥିବା ସେ ସୈନିକକୁ ଖୋଜିବାରେ ଲାଗିଲେ । ଆହତ ସୈନିକଙ୍କ ଏକ ଶିବିରରେ ଅଚେତ୍ ଅବସ୍ଥାରେ ତାଙ୍କର ସନ୍ଧାନ ପାଇଲେ । ତାଙ୍କୁ ଦେଖି ମଣିକଣ୍ଠ ହତବମ୍ବ ହୋଇଗଲେ । କାରଣ ସେ ଗନ୍ଧର୍ବରାଜ କନ୍ୟା କାନ୍ତିମୟୀ ଥିଲେ । ଏକ ସୈନିକ ବେଶରେ ସେ ତାଙ୍କର ପ୍ରାଣରକ୍ଷା କରିଛନ୍ତି ।

ମଣିକଣ୍ଠ ବହୁ ସେବାଯତ୍ନ କରି କାନ୍ତିମୟୀଙ୍କୁ ଚେତା ଫେରାଇ ଆଣିଲେ । ଆଖି ଖୋଲୁ ଖୋଲୁ ସମ୍ମୁଖରେ ମଣିକଣ୍ଠଙ୍କୁ ଦେଖି କାନ୍ତିମୟୀ ତଳକୁ ମୁଣ୍ଡ କରିଦେଲେ । ମଣିକଣ୍ଠ ଆବେଗରେ କହିଲେ, “କାନ୍ତିମୟୀ ତୁମେ ଏ କଣ କଲ? ଯେଉଁ ବ୍ୟକ୍ତି ତୁମର ଭଲ ପାଇବାକୁ ପଦାଘାତ କରି, ତୁମକୁ ଅସ୍ୱୀକାର କରିଛି ତାର ପ୍ରାଣରକ୍ଷା ପାଇଁ ତୁମେ ଶେଷକୁ ନିଜର ଜୀବନ ବାଜି ଲଗେଇଦେଲ?”

କାନ୍ତିମୟୀ କ୍ଷୀଣ ସ୍ୱରରେ କହିଲେ, “ତୁମ ବିନା ସେହି ଲୋକରେ ରହି ମୁଁ ବା କେଉଁ ମାନସିକ ଶାନ୍ତି ଲାଭ କରିଥାନ୍ତି । ଏଠାରେ ଅନ୍ତତଃ ତୁମକୁ ଦର୍ଶନ କରିବାର ସୁଯୋଗ ଟିକକ ତ ମିଳିବ । ତୁମର ଜୀବନ ରକ୍ଷା କରିବାରେ ସମର୍ଥ ହେଲି, ଏହା ମୋ ପାଇଁ ସବୁଠାରୁ ବଡକଥା । ତ୍ୟାଗରେ ଯେଉଁ ସୁଖ ମିଳେ, ତାହା ସ୍ୱାର୍ଥରେ ବା କାହିଁ? ଯାଅ, ମୃଣାଳିନୀଙ୍କୁ ବିବାହ କରି ସୁଖକର ଜୀବନଯାପନ କର ।”

ମଣିକଣ୍ଠ ନିଜ ଅନ୍ତରର ସହ କୃତଜ୍ଞତା ଜଣେଇ ସେଠାରୁ ବିଦାୟ ଆଣି ମୃଣାଳିନୀଙ୍କ ପାଖରେ ଆସି ପହଁଚିଲେ । ବୀରସେନଙ୍କ ବିପର୍ଯ୍ୟୟ ପାଇଁ, ରାଜା ଚନ୍ଦ୍ରକେତୁ ମଣିକଣ୍ଠଙ୍କୁ ଅଭିନନ୍ଦନ ଜଣାଇଲେ । ମୃଣାଳିନୀ ଅତ୍ୟନ୍ତ ଆନନ୍ଦିତ ହୋଇ କହିଲେ, “ଆମର ବିବାହ ସମ୍ପନ୍ନ ହୋଇଗଲା ଜାଣ । କିନ୍ତୁ ବିବାହ ପରେ ମୋର ଅନ୍ୟଏକ ଇଚ୍ଛା ଆପଣଙ୍କୁ ପୂରଣ କରିବାକୁ ପଡିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ