ବଙ୍କୁଲୀ ବାଡି ପ୍ରତି ଭୟ

                କିଛି ସମୟ ଏପଟ ସେପଟ କଥା କହି ଶେଷରେ ପୁରୋହିତ କହିଲେ – “ତେନାଲୀରାମା! ତୁମେ ଜାଣିନ କି? ରମାବାଈ ନାମକ ଜଣେ ନାରୀ ଯିଏକି ତାର ସ୍ୱାମୀ ବିଷ୍ଣୁ ଶର୍ମାଙ୍କୁ ପ୍ରତିଦିନ ଦଶଥର ଯୋତାରେ ପ୍ରହାର କରେ । ତାକୁ ତ’ ଆପଣ ନିଶ୍ଚୟ ଜାଣିଥିବେ । ସେହି ବିଷ୍ଣୁ ଶର୍ମାଙ୍କର ଏକ ଅପୂର୍ବ ସୁନ୍ଦରୀ କନ୍ୟା ଅଛି । ତାକୁ କେହି ବି ବାବାହ ହେବାକୁ ମୋଟେ ରାଜି ହେଉ ନାହଁନ୍ତି । କାରଣ କାଳେ ସେ ମଧ୍ୟ ତା’ର ମା’ ପରି ହୋଇଥିବ । ଆପଣ ଯଦି ସେହି ଝିଅଟିକୁ ବିବାହ କରନ୍ତେ ତା’ହେଲେ ବହୁତ ଭଲ ହୁଅନ୍ତା ।”

                ଏକଥା ଶୁଣି ତେନାଲୀରାମା ସେ ଲୋକଟିର ଉଦ୍ଧେଶ୍ୟ ଠିକ୍ ବୁଝିପାରିଲେ ଏବଂ ତାପରେ ସେ କହିଲେ – “ଆପଣ ଯାହା କହୁଚନ୍ତି ତାହା ତ’ ଠିକ୍, କିନ୍ତୁ ମୁଁ ତ’ ଜଣଙ୍କୁ ବିବାହ କରିସାରିଛି । ଦ୍ୱିତୀୟଥର ପୁଣି ବିବାହ କରିବାକୁ ମୋର ତ ଆଉ ଇଚ୍ଛା ମଧ୍ୟ ନାହିଁ । ତେଣୁ ମୁଁ ଆପଣଙ୍କ କଥାରେ ଆଦୌ ସମ୍ମତ ନୁହେଁ କିନ୍ତୁ ହଁ, ମୋର ଜଣେ ସାନ ଭାଇ ଅଛି, ଯିଏକି ବର୍ତ୍ତମାନ କାଶୀରେ ଅଧ୍ୟୟନ କରୁଛି । ଯଦି ସାନ ଭାଇ ସହିତ ସେହି ଝିଅର ବିବାହ କରାଯାଇ ପାରିବ, ତା’ହେଲେ ମୁଁ ତାହା ନିଶ୍ଚୟ କରାଇ ଦେଇ ପାରିବି ।”

                ଏହା ଶୁଣିସାରି ପୁରୋହିତ ଖୁସି ମନରେ ରମା ବାଈର ଘରକୁ ଗଲେ ଏବଂ ରମାବାଈଙ୍କୁ ତାଙ୍କର ଆସିବାର କାରଣ ଜଣାଇଲେ । ରମାବାଈ ପୁରୋହିତଙ୍କ ଠାରୁ ଏପରି କଥା ଶୁଣି ବହୁତ ଖୁସି ହୋଇଗଲେ । ନିଜ କନ୍ୟାଙ୍କୁ ତେନାଲୀରାମାଙ୍କ ଭାଇ ସହିତ ବିବାହ ଦେବାକୁ ରମାବାଈ ମଧ୍ୟ ସମ୍ମତି ପ୍ରଦାନ କଲେ ।

                ଏପରିକି ବିବାହର ଦିନ ମଧ୍ୟ ଠିକ୍ କରିବାକୁ ରମାବାଈ ପୁରୋହିତଙ୍କୁ କହିଲେ । ପୁରୋହିତ ମହାଶୟ ମଧ୍ୟ ତେନାଲୀରାମାଙ୍କ ପାଖକୁଯାଇ ବିବାହ ତାରିଖ ଠିକ୍ କରିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ