ବାନର ମକର କଥା

                ଏକ ସମୁଦ୍ର କୂଳରେ ଗୋଟିଏ ଜାମୁ ବୃକ୍ଷ ଥିଲା । ସେହି ଜାମୁ ବୃକ୍ଷରେ ବର୍ଷକ ବାର ମାସ ଜାମୁକୋଳି ଫଳ ଫଳୁଥିଲା । ଗଛଟିରେ ସଦାସର୍ବଦା ଫଳ ଫଳୁଥିବା ଦେଖି ସେହି ଗଛଟିକୁ ନିଜଲାଗି ଉତ୍ତମ ପାଇ ରକ୍ତମୁଖ ନାମକ ବାନର ସେଠାରେ ବାସ କରିବାକୁ ଲାଗିଲା ।                 ଏମିତି କିଛିଦିନ ରକ୍ତମୁଖ ବାନର ସେହି ବୃକ୍ଷରେ ରହିବା ପରେ ସମୁଦ୍ରରେ ବାସ କରୁଥିବା ବିରାଳମୁଖ ନାମକ ଏକ କୁମ୍ଭୀର ନିଜ ଲାଗି ଏକ...

Read More

ବୀର ହନୁମାନ

ହନୁମାନ ହିମାଳୟରୁ ଅଯୋଧ୍ୟା ଯିବା ବାଟରେ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ଓହ୍ଲାଇ ବାଲ୍ମୀକିଙ୍କୁ ପଚାରିଲେ, “ମହାମୁନି, ଶ୍ରୀରାମଙ୍କର ଏପରି କାହିଁକି ହେଲା ।”                 ବାଲ୍ମୀକି ଅଳ୍ପ ହସି କହିଲେ, “ହନୁମାନ, ଠିକ୍ ଭାବରେ ରାଜ୍ୟ ପାଳନ କରିବା ବଡ କଠିନ କଥା । ତୁମେ ରାମଚନ୍ଦ୍ରଙ୍କର ଶମ୍ଭୁକ ପ୍ରତି ବ୍ୟବହାର କଥା ବୋଧହୁଏ ଶୁଣିନାହଁ ଜଣେ ଅବତାର ହେଲେ ମଧ୍ୟ ବିଧିର ବିଧାନକୁ ସେ କେବେବି ଅତିକ୍ରମ କରି ପାରିବ...

Read More

ଅତି ଲୋଭରେ ତନ୍ତୀ ମରେ

ଗୋଟିଏ କୁକୁର କୌଣସି ଏକ ଘରେ ପଶି ଗଲା ଆଉ ତାକୁ ସେଠାରୁ ଅଧା ରୋଟି ଖଣ୍ଡିଏ ମିଳି ଗଲା । ବାସ୍ ସେ ତାକୁ ମୁହଁରେ ଧରି ଖୁବ୍ ଜୋର୍ରେ ନଦୀ ଆଡକୁ ଧାଇଁ ଗଲା । ସେ ନଦୀ ପାଖକୁ ଧାଇଁଲା କାରଣ ସେଠାରେ ତାକୁ ଖାଇବାକୁ କେହି ବାଧା ଦେଇ ପାରିବେ ନାହିଁ । ସେ ଗୋଟିଏ ବୁଦା ମୂଳରେ ବସି ଆରାମ୍ରେ ଏକୁଟିଆ ରୋଟିର ସ୍ୱାଦ ଚାଖି ଚାଖି ଖାଇବ । କୁକୁରଟି ଦୌଡି ଦୌଡି ନଦୀର କୂଳରେ ପହଁଚିଲା ତା’ପରେ ନଦୀ ଭିତରେ ପଶି ପହଁରି ପହଁରି ଜଲ୍ଦି...

Read More

କହିବା, କରିବା

ଗଙ୍ଗାରାମ ନାମକ ବ୍ୟବସାୟୀ ଚାଷୀମାନଙ୍କ ଠାରୁ ଶସ୍ୟ କିଣି ସହରରେ ଅଧିକା ଦରରେ ସେସବୁ ବିକେ । ତା’ର ଏକମାତ୍ର ପୁତ୍ର ସୁନ୍ଦରକୁ ସେ ପଢାଇବାକୁ ଚେଷ୍ଟା କରି ବ୍ୟର୍ଥ ହେବାରୁ, ଭାବିଲା ସହରକୁ ସାଙ୍ଗରେ ନେଇ ତାକୁବି ସେ ତା’ ବ୍ୟବସାୟରେ ଲଗାଇ ଦେବ ।                 ଦିନେ ସକାଳେ ସେ ତା’ ପୁଅକୁ ଡାକି କହିଲା, “ସୁନ୍ଦର, ମୁଁ ଶୁଣିଲି ପାଖ ଗ୍ରାମରେ ଗୋବିନ୍ଦ ଚାଷୀ ଶସ୍ୟ ବିକୁଛି । ତୁ ପ୍ରଥମେ ଯାଇ ଦେଖି ଆସ ତାହା ଭଲ ନା...

Read More

ଶାପ ମୁକ୍ତି

କୌଣସି ଏକ ଜଙ୍ଗଲରେ ନିର୍ବାସ ନାମକ ଜଣେ ମୁନି ଥିଲେ । ସ୍ୱଭାବତଃ ସେ ବଡ କ୍ରୋଧୀ ଥିଲେ । ଅଳ୍ପ କଥାରେ ରାଗିଗଲେ ଅଭିଶାପ ଦେଇ ବସୁଥିଲେ । ଥରେ ରାଜା ସୁଦୀପ କୌଣସି ଛୋଟ ଏକ ଭୁଲ୍ କଲେ ବୋଲି ମୁନି ରାଗିଯାଇ ତାଙ୍କୁ କହିଲେ, “ତୁମେ ରାକ୍ଷସ ହୋଇଯାଅ ।” ଫଳରେ ସେ ରାଜା ତତ୍କ୍ଷଣାତ୍ ରାକ୍ଷସ ହୋଇଗଲେ ଓ ନିଜ ପ୍ରଜାମାନଙ୍କୁ ହଇରାଣ ହରକତ କଲେ, ଖାଇ ଗୋଡାଇଲେ ।                 ଏଣେ ରାଜା ସୁଦୀପଙ୍କର ଅନୁପସ୍ଥିତିରେ ତାଙ୍କୁ...

Read More

ସୁନା ଗୋଟିଏ ମୂଲ୍ୟବାନ୍ ଧାତୁ

କହିଲ ଦେଖି, ସୁନାକୁ ଗୋଟିଏ ମୂଲ୍ୟବାନ୍ ଧାତୁ ବୋଲି କାହିଁକି କୁହାଯାଇଥାଏ? ଯେଉଁ ଧାତୁଗୁଡିକୁ ପ୍ରକୃତି ପୃଥିବୀରେ ସାଇତି କରି ରଖିଛି ଏବଂ ଯାହା ଅଳ୍ପ ପରିମାଣରେ ମିଳେ ତଥା ମୂଲ୍ୟବାନ, ସେଗୁଡିକୁ ଆମେ ମୂଲ୍ୟବାନ ଧାତୁ ବୋଲି କହୁ । ସୁନା, ରୂପା ଓ ପ୍ଲାଟିନମ୍ ଇତ୍ୟାଦି ହେଉଛି ମୂଲ୍ୟବାନ ଧାତୁର କେତୋଟି ଉଦାହରଣ ।                 ତୁମମାନଙ୍କ ଘରେ ତ ସୁନାଗହଣାମାନ ଥିବ । ଆମ ମାଆ ଭଉଣୀମାନେ ସୁନାଗହଣା ପିନ୍ଧିବାପାଇଁ...

Read More

ସିଂହ ଓ ସାଧକ

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଏଥି ସହିତ ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ମଧ୍ୟ ଦିଶିଯାଉଥାଏ ।       କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...

Read More

ଯୋଗୀ ଓ ନାସ୍ତିକ

ନିଶା ସେମିତି ଗରଜୁଥାଏ । ଏଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି...

Read More

ଆତ୍ମ ସନ୍ତୋଷ

ଶ୍ରୀପତି ଓ ଜଗପତି ଉଭୟେ ରାମପୁର ଗ୍ରାମ ନିବାସୀ । ଶ୍ରୀପତି ଧନୀ ମାତ୍ର ଜଗପତି ଗରିବ । ତଥାପି ବି ସେ ଉଭୟଙ୍କ ମଧ୍ୟରେ ନିବିଡ ବନ୍ଧୁତା ଥାଏ । ଥରେ ସେ ଦୁଇବନ୍ଧୁ ସାଙ୍ଗ ହୋଇ ଗୋଟିଏ ସ୍ଥାନକୁ ଯାଉଥାନ୍ତି । ଏକ ଗ୍ରାମର ପଥ ପାଶ୍ୱର୍ରେ କୂପଟିଏ ଥାଏ । ଦୁଇଜଣ ତରୁଣୀ ସେଠାକୁ ଜଳ ନେବାପାଇଁ ଆସିଥାନ୍ତି । ସେତେବେଳେ ତ ଶ୍ରୀପତି ତୃଷାର୍ତ୍ତ ଅନୁଭବ କରୁଥିଲେ । ବନ୍ଧୁ ଜଗପତି ତାଙ୍କୁ ସେହିଠାରେ ଅପେକ୍ଷା କରିବା ପାଇଁ କହି...

Read More

ବ୍ରାହ୍ମଣ ପୁଅ ରାଜା ହେଲା

ବହୁତଦିନ ତଳର କଥା । ସେତେବେଳକୁ ମଟରଗାଡି, ରେଳଗାଡି, ବିଜୁଳିବତୀ କିଛି ବି ବାହାରି ନ ଥାଏ । ତେଣୁ ଦୂର ଦୂରାନ୍ତ ଜାଗାକୁ ଲୋକମାନେ ପାଦରେ ଚାଲି ଚାଲି ଯିବା ଆସିବା କରୁଥାଆନ୍ତି । ଘରେ ଘରେ ତେଲ ଦୀପ ଜଳେ । ସେଇଥିରେ ଲୋକମାନେ କାରବାର ହୁଅନ୍ତି । ଏହା ସେଇ ଯୁଗର କଥା । ସେତେବେଳେ କାଶୀକୁ ସଂସ୍କୃତ ବିଦ୍ୟାନଗରୀ ବୋଲି କୁହାଯାଉଥାଏ । ଯେତେ ବଡ ବଡ ସଂସ୍କୃତ ବିଦ୍ୱାନ ସେଇଠି ରହି ଶାସ୍ତ୍ର ଅଧ୍ୟୟନ କରୁଥାଆନ୍ତି । ଏହି...

Read More

କିଏ ଭଲ କିଏ ଅସଲ ଭେଲ?

ବହୁବର୍ଷ ତଳର କଥା । ଦଶପଲ୍ଲାର ଘୋର ଜଙ୍ଗଲରେ ଭାଲୁଟିଏ ବାସ କରୁଥିଲା । ତା’ର ନାମ ବିଲୁ । ସେ ଭାଲୁଟି ଅତ୍ୟନ୍ତ ସାଧାରଣ ଓ ଦୟାଳୁ ଥିଲା । ଏକଦା ସେ ଭାଲୁ ବିଲୁ ମହୁ ଖାଇବାକୁ ଭାରି ଇଚ୍ଛା କଲା । ତେଣୁ ଭାଲୁ ବିଲୁ ଜଙ୍ଗଲରେ ଏଣେ ତେଣେ ଘୂରି ବୁଲିଲା ମହୁ ଖୋଜିବାରେ । ଜଙ୍ଗଲରେ ବୁଲୁ ବୁଲୁ ଜଙ୍ଗଲ ମଝିରେ ସେ ଭାଲୁ ବିଲୁ ଦେଖିଲା ସୁନ୍ଦର ଫୁଲ ବଗିଚାଟିଏ । ଆଉ ସେ ବଗିଚା ପାଖରେ ପୋଖରୀଟିଏ । ପୁଣି ସେ ପୋଖରୀ କୂଳରେ ଗୋଟାଏ...

Read More

ଆତିଥ୍ୟ

ଶ୍ରୀଧରପୁରରେ କମଳାକାନ୍ତ ନାମକ ଜଣେ ଧନୀ ବ୍ୟବସାୟୀ ଥା’ନ୍ତି । ତାଙ୍କର ଅନେକ କୋଠାବାଡି ଓ ଅନେକ ବ୍ୟବସାୟ । ପ୍ରତିଦିନ ରାତିରେ ଦୋକାନରୁ ହେଉଥିବା ଲାଭକୁ ଗଣାଗଣି କରି ରଖି ସେ ବହୁତ ରାତିରେ ଘରକୁ ଫେରନ୍ତି ।                 ଦିନେ ପଇସା ଗଣିବା ବେଳେ କେହି ଦରଜା ଠକ୍ ଠକ୍ କଲା । କମଳାକାନ୍ତ ତରବରରେ ଟଙ୍କାସବୁ ଉପରେ କନା ଖଣ୍ଡେ ଘୋଡାଇ ଦେଇ କବାଟ ଖୋଲିଲେ । ତାଙ୍କର ସମ୍ପର୍କୀୟ ବନ୍ଧୁ ରାମନାଥଙ୍କୁ ସେ ଦେଖିଲେ ।...

Read More

ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ଗଡର ନାମ ଡମପଡା । ସେ ରାଜ୍ୟ ଖଣ୍ଡିକ ଖୁବ୍ ବିଖ୍ୟାତ । ସେଠାକାର ରାଜାଙ୍କ ନାମ ମହାମର୍ଦ୍ଦରାଜ ସିଂହ । ତାଙ୍କର ଥିଲେ ଯୋଡିଏ ରାଣୀ । ଗୋଟିଏ ଥିଲେ ବାଙ୍କୀଗଡ ଝିଅ, ଆଉ ଗୋଟିଏ ଥିଲେ ସରଣ୍ଡା ଗଡ ଝିଅ । ବାଙ୍କି ଝିଅଙ୍କ ନାମ କୁସୁମବତୀ, ଆଉ ସେ ସରଣ୍ଡା ଗଡର ଝିଅର ନାମ ସରୋଜବତୀ । ଦିହେଁଯାକ ଦେଖିବାକୁ ଖୁବ୍ ସୁନ୍ଦରୀ । ରାଜା ବି ଉଭୟ ରାଣୀଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି । ହେଲେ ସେମାନଙ୍କ ମଧ୍ୟରେ ଥାଏ ଅହି ନକୁଳ...

Read More

ରାଜକୁମାରୀ ସୁନନ୍ଦା

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି...

Read More

ଶିକ୍ଷାକୁ କାମରେ ଲଗାଇଲେ ସୁଫଳ ମିଳେ

       ପାରସ୍ୟ ଦେଶର କଥା । ସେଠାକାର ଲୋକଙ୍କ ବିଶ୍ୱାସ ଅଛିଯେ, ସେମାନଙ୍କୁ ଅଗ୍ନିର ବ୍ୟବହାର ଶିଖାଇଥିଲେ ‘ନୁର୍’ ନାମକ ଜଣେ ମହାପୁରୁଷ ।        ପ୍ରଥମେ ନୁର୍ ତାଙ୍କର କିଛି ଶିଷ୍ୟଙ୍କୁ ଅଗ୍ନି ସୃଷ୍ଟିର ଗୋପନ କଥା କହିଥିଲେ । ଏହି ବିଦ୍ୟା ହାସଲ କରିବା ପରେ ଶିଷ୍ୟମାନେ ପାରସ୍ୟର ବିଭିନ୍ନ ଅଂଚଳକୁ ଯାଇ ସେ ବିଦ୍ୟା ଶିକ୍ଷା ଦେଲେ । କେତେକ ସେଇ ବିଦ୍ୟାକୁ କେବଳ ବଡବଡିଆ ଧନୀକ ଶ୍ରେଣୀର ଲୋକଙ୍କୁ ଶିଖାଇଲେ । ସେମାନଙ୍କୁ...

Read More

ରୂପଧରଙ୍କ ଯାତ୍ରା

(ଅନେକ ବାଧାବିଘ୍ନ ଅତିକ୍ରମ କରି ଓ ଅଧିକାଂଶ ନୌକା ଓ ଲୋକଙ୍କୁ ହରାଇବା ପରେ ସେ ସୁକେଶିନୀ ନାମକ ଦେବୀଙ୍କ ଦ୍ୱୀପରେ ଆସି ପହଁଚିଲେ; ସେ ନିଜ ଅନୁଚରମାନଙ୍କୁ ଦୁଇଦଳରେ ବିଭକ୍ତ କରି ମାୟାବୀ ନାମକ ଅନୁଚର ଓ ସେ ନିଜେ ଦୁଇ ଦଳର ଦଳପତି ହେଲେ । ଦୂରରୁ ଦେଖାଯାଉଥିବା ଏକ ଘର ବିଷୟରେ ବୁଝିବାକୁ ଅନିଚ୍ଛା ସତ୍ତ୍ୱେ ମାୟାବୀ ତାର ଦଳକୁ ନେଇ ଗଲା । ଏହି ଘର ଦେବୀ ସୁକେଶିନୀଙ୍କର ଥିଲା । ସେ ପ୍ରଥମେ ବହୁତ ଆଦର ଯତ୍ନ କଲେ । କିନ୍ତୁ...

Read More

ଆମ୍ର ଜାତକ

ତେର ବର୍ଷ ତଳର କଥା । ସେତେବେଳେ ବାରାଣସୀରେ ବ୍ରହ୍ମଦତ ବୋଲି ଜଣେ ରାଜା ଥିଲେ । ତାଙ୍କ ରାଜ୍ୟରେ ଥରେ ହଇଜା ଲାଗିଲା । ବହୁତ ଲୋକ ମରିଗଲେ । ରାଜାଙ୍କ ପୁରୋହିତଙ୍କ ଘରର ସମସ୍ତେ ହଇଜାରେ ପଡି ମଲେ । ପୁରୋହିତଙ୍କର ଗୋଟିଏ ପୁଅ ଥିଲା । ସେ ବାରାଣସୀ ଛାଡି ପଳାଇଯାଇଥିଲା, ତେଣୁ ସେ ବଂଚିଯାଇଥିଲା ।        ପୁରୋହିତଙ୍କର ପୁଅ ଅନେକ ଜାଗା ବୁଲିବାପରେ ଶେଷରେ ତକ୍ଷଶିଳାରେ ପହଁଚିଲା । ସେଠାରେ ଜଣେ ବଡ ପଣ୍ଡିତ ଥିଲେ । ଯୁବକ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ