ହିନ୍ଦୁ ଧର୍ମରେ ତ୍ରିମୁର୍ତ୍ତୀଙ୍କୁ ସର୍ବୋଚ୍ଚ ଦେବତ୍ୱର ମାନ୍ୟତା ମିଳିଛି। ଶିବ ହେଉଛନ୍ତି ସହାଂର କର୍ତ୍ତା। ଶିବ ଠାକୁର ବା “ଶିବ” ନାମ କୌଣସି ବେଦରେ ଦେଖିବାକୁ ମିଳେ ନାହିଁ କିନ୍ତୁ ବୈଦିକ ପ୍ରଚାରକ ମାନେ ଶିବଙ୍କୁ ରୁଦ୍ରଙ୍କ ସହ ଯୋଡନ୍ତି। କହନ୍ତି ଶିବ ହେଉଛନ୍ତି ରୁଦ୍ରଙ୍କର ଅବତାର। ପ୍ରକୃତରେ ବିଷ୍ଣୁ ଏବଂ ବ୍ରହ୍ମା ଛଡା କୌଣସି ବୈଦିକ ଠାକୁର ହିନ୍ଦୁଧର୍ମୀ ଲୋକମାନେ ପୂଜା କରନ୍ତି ନାହିଁ। ବ୍ରହ୍ମାଙ୍କୁ କିଛି ଲୋକ ପୂଜା କଲାବେଳେ ବିଷ୍ଣୁଙ୍କୁ ପ୍ରତ୍ୟକ୍ଷ ଭାବେ ପୂଜା ଲୋକେ ବହୁତ କମ୍ କରନ୍ତି; କିନ୍ତୁ ବିଷ୍ଣୁଙ୍କ ଅବତାର ନାମରେ ସ୍ଥାନୀୟ ଅନ୍ୟଭାଷୀ ଜନପ୍ରିୟ ବ୍ୟକ୍ତିବିଶେଷ ରାମ, କୃଷ୍ଣ ଇତ୍ୟାଦି ଅନେକ ମାତ୍ରାରେ ପୂଜା ପାଆନ୍ତି । ତେଣୁ ବୈଦିକ ପ୍ରଚାରକ ମାନେ ଜନପ୍ରିୟ ପୁରାତନ ବ୍ୟକ୍ତିତ୍ୱମାନଙ୍କୁ ଈଶ୍ୱରର ମର୍ଯ୍ୟାଦା ଦେଇ ସେମାଙ୍କୁ ବୈଦିକ ଭଗବାନଙ୍କ ଅବତାର ବୋଲି ପ୍ରଚାର କରନ୍ତି। କାଳ୍ପନିକ କଥା ଏବଂ କାଳ୍ପନିକ ଦେବଶକ୍ତିରେ ସେମାଙ୍କୁ ଶକ୍ତିଶାଳୀ କରି ଭ୍ରମତ୍ତ୍ୱ ସୃଷ୍ଟିକରୀ ସେମାନଙ୍କ ମନକୁ ନିୟନ୍ତ୍ରଣ କରନ୍ତି। ବିନା ସଂସ୍କୃତ ମନ୍ତ୍ର ବା ସଂସ୍କୃତ ଗୀତରେ ପୂଜା ବିଦ୍ଧି ହେଉଛି ଅବୈଦିକ ପୂଜା ପଦ୍ଧତି ବା ମୂଳନୀବାସୀ ପୂଜା ପଦ୍ଧତି, ଯାହା ପ୍ରକୃତ ମୂଳନୀବାସୀଙ୍କ ପୂଜାବିଧି; କିନ୍ତୁ ଯେତେବେଳେ ଜଣେ ପୂଜକ ନିଜକୁ ବୈଦିକ ପୂଜାଧାରି ବା ସଂସ୍କୃତ ମନ୍ତ୍ର ଦ୍ୱାରା ପୂଜାକରିବା ବିଦ୍ଧିକୁ ଅନୁକରଣ କରି ବୈଦିକ ପୂଜକର ମାନ୍ୟତା ଖୋଜେ ତାକୁ ବ୍ରାହ୍ମଣ ବୋଲି କୁହାଯାଏ । ବ୍ରହ୍ମା ବା ବ୍ରହ୍ମ ଶବ୍ଦରୁ ବ୍ରାହ୍ମଣ ଶବ୍ଦର ସୃଷ୍ଟି । ବ୍ରାହ୍ମଣବାଦୀ ବୁଦ୍ଧିଜୀବୀ ମାନେ ବ୍ରହ୍ମାଙ୍କୁ ସ୍ଵୟଂଭୂ ବା ସ୍ବୟଂଜନିତ ବା ଆପେ ଆପେ ତିଆରି ହୋଇଥିବା ଭଗବାନର ମାନ୍ୟତା ଦିଅନ୍ତି । ସାଧାରଣ ଲୋକକଙ୍କ ମତରେ ବ୍ରହ୍ମ ମାନେ ଆତ୍ମା; ଅର୍ଥାତ କିଛି ପ୍ରଚାରକ ଏହା ମଧ୍ୟ କୁହନ୍ତି ଆତ୍ମା ବା ବ୍ରହ୍ମ କୁ ଜାଣନ୍ତି ଯିଏ ସେମାନେ ହେଉଛନ୍ତି ବ୍ରାହ୍ମଣ, କିନ୍ତୁ ବୈଦିକ ସିଦ୍ଧାନ୍ତ ଅନୁଯାଇ ପୁରୁଷର ହତ୍ୟା ବା ବଳି ଦେବା ଦ୍ୱାରା ଜାତିର ସୃଷ୍ଟି ହୋଇଥିଲା, ଯେହେତୁ ବ୍ରାହ୍ମଣ ମାନେ ନିଜକୁ ପ୍ରାଧାନ୍ୟ ଦେଇ ଜାତିପ୍ରଥାକୁ ତିଆରି କରିଥିଲେ ତେବେ ବୈଦିକ ସିଦ୍ଧାନ୍ତ ଅନୁସାରେ ଆତ୍ମା ବା ବ୍ରହ୍ମ କୁ ହାଣନ୍ତି ଯିଏ ସିଏ ହେଉଛନ୍ତି ବ୍ରାହ୍ମଣ । ବିଦ୍ୟା ଏବଂ ତର୍କସଂଗତତାର ଅଭିବୃଦ୍ଧିଫଳରେ ବ୍ରାହ୍ମଣମାନଙ୍କ ମୂଖା ଦିନକୁ ଦିନ ଖୋଲି ଚାଲିଛି ତେଣୁ ସେମାନେ ବ୍ରାହ୍ମଣର ଭିନ୍ନ ଭିନ୍ନ ନୂତନ ପରିଭାଷା ସୃଷ୍ଟି କରିଚାଲିଛନ୍ତି । ସରଳ ଭାଷାରେ ଯେଉଁ ପୂଜକ ନିଜକୁ ବୈଦିକ ପୂଜାବିଧିର ଅନୁଗାମୀ ଭାବନ୍ତି ସେମାନେ ନିଜକୁ ବୈଦିକ ଜାତିପ୍ରଥାର ବ୍ରାହ୍ମଣ ପ୍ରମାଣ ପତ୍ରକୁ ସ୍ୱୀକାର କରନ୍ତି ଏବଂ ସେମାନଙ୍କ ଦର୍ଶନକୁ ପ୍ରଚାର କରନ୍ତି । ଯେତେବେଳେ ବ୍ରାହ୍ମଣବାଦୀ ପ୍ରଥା ଓଡିଆଜାତିରେ ଅଧିକୃତ ହେଲା, ସେତବେଳେ ପୂଜାରୀମାନଙ୍କ ଶେଷ ନାମ ଅନୁଶାରେ ସେମାନଙ୍କ ଜାତିକୁ ଚିହ୍ନଟ କରାଗଲା ପରେ ଜାତିବାଦ ଅପମିଶ୍ରଣ ନହବା ପାଇଁ ସର୍ ନେମ୍ ବା କୁଳନାମ ବା ସାଙ୍ଗିଆକୁ ସୁରକ୍ଷା ପ୍ରଦାନ କରାଗଲା । ଆମରାଜ୍ୟରେ ବ୍ରାହ୍ମଣବାଦ ୧୧୬୧ ଖ୍ରୀଷ୍ଟାବ୍ଦ ପରେ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ପୁରୀରେ ଥିବା ବ୍ରାହ୍ମଣ ସମାଜକୁ ସେଠାକାର ରାଜା କନୌଜରୁ ଆଣି ଅବସ୍ଥାପିତ କରିଥିଲେ ବୋଲି କିଛି ଇତିହାସକାର କୁହନ୍ତି ।
ଶିବ ହେଉଛନ୍ତି ଏକ ପୁରାତନ ବ୍ୟକ୍ତିତ୍ୱ ଯାହା ପୁରାଣ ଅନୁଯାଇ ମଧ୍ୟ ହିମାଳୟ ପାଦଦେଶର ଏକ ଗୋଷ୍ଠୀର ଏକ ଜନପ୍ରିୟ ବ୍ୟକ୍ତିତ୍ୱ। ପୁରାଣ ଅନୁଯାଇ ମଧ୍ୟ ଶିବ ଜଣେ କୀରାଟ। କୀରାଟ ଜାତି ଏବେ ଇଣ୍ଡିଆ ସରକାରଙ୍କ ଦ୍ୱାରା ଅନୁସୂଚିତ ଉପଜାତିରେ ଶ୍ରେଣୀଭୁକ୍ତ। ଶିବଙ୍କୁ ଉତ୍ତର ଇଣ୍ଡିଆର ଲୋକମାନେ ଆଦି ଜନକ ବା ଆଦି ପୁରୁଷର ମାନ୍ୟତା ମଧ୍ୟ ଦିଅନ୍ତି।
ତ୍ରିମୁର୍ତ୍ତିଙ୍କ ଭିତରୁ ସବୁଠାରୁ କିଏ ମହାନ ଏହାକୁ ସାବ୍ୟସ୍ତକରିବା ପାଇଁ ବୈଦିକ ପ୍ରଚାରକ ଏକ ବଢିଆ କାଳ୍ପନିକ ଗଳ୍ପ ସୃଷ୍ଟିକରି ହିନ୍ଦୁ ମାନଙ୍କୁ ଭୁତେଇ ଆସୁଛନ୍ତି। ପୁରାଣ ଅନୁଯାଇ ଗୋଟେ ମହାଯଂଜ୍ଞ ପାଇଁ ଅନେକ ମହାନ ଋଷି ସରସ୍ବତୀ ନଦୀକୂଳରେ ଏକତ୍ରିତ ହେଲେ। ତ୍ରିମୁର୍ତ୍ତିଙ୍କ ମଧ୍ୟରୁ କିଏ ବଡ! କାହାକୁ ପ୍ରଧାନ୍ତ ବା ମୁଖ୍ୟ ଭାବରେ ଯଂଜ୍ଞକୁ ଉତ୍ସର୍ଗ କରାଯିବ? ସେଥିପାଇଁ ଋଷିମାନଙ୍କ ଭିତରେ ଭାଳେଣି ପଡିଲା। ଯେତେବେଳେ ଋଷିମାନେ ଠିକ୍ କରିପାରିଲେନାହିଁ କିଏ ବଡ; ଋଷିମାନେ ଋଷି ଭୃଗୁଙ୍କ ଏହି ତ୍ରିଦେବଙ୍କ ମଧ୍ୟରୁ କିଏ ବଡ ପରୀକ୍ଷା କରିବାକୁ କହିଲେ। ତେଣୁ ଋଷି ଭୃଗୁ ତିନୋଟି ଦେବଙ୍କୁ ପରୀକ୍ଷା କରିବାପାଇଁ ପ୍ରଥମେ ବ୍ରହ୍ମାଙ୍କ ପାଖକୁ ଗଲେ। ବ୍ରହ୍ମଲୋକରେ ପହଂଚି ଉଦ୍ଧେଶ୍ୟ ମୂଳକ ଭାବରେ ଯେତେବେଳ ଭୃଗୁ ବ୍ରହ୍ମାଙ୍କୁ ଅପମାନିତ କଲେ ବ୍ରହ୍ମା ରାଗି ଭୃଗୁ ଋଷିଙ୍କୁ ଅଭିଶାପ ଦେବାକୁ ଉଦ୍ୟତ ହୁଅନ୍ତେ ମା ସରସ୍ବତୀ ଭୃଗୁଙ୍କୁ ବଞ୍ଚାଇ ଦେଲେ। କିନ୍ତୁ ଋଷି ଭୃଗୁ ବ୍ରହ୍ମାଙ୍କ ଉପରେ ରାଗି କଳିଯୁଗରେ ପୂଜା ନପାଇବା ପାଇଁ ତାଙ୍କୁ ଅଭିଶାପ ଦେଲେ, ସେଥି ପାଇଁ ବ୍ରହ୍ମା କଳିଯୁଗରେ କେଉଁଠି ପୂଜା ପାଆନ୍ତି ନାହିଁ। ବ୍ରହ୍ମାଙ୍କ ପରେ ଭୃଗୁ ଶିବଙ୍କୁ ପରୀକ୍ଷା କରିବା ପାଇଁ ଯେତେବେଳେ କୈଳାଶ ପର୍ବତରେ ପହଁଚିଲେ ସେତେବେଳ ଶିବ ପାର୍ବତୀଙ୍କ ସହ ପ୍ରଣୟ କରୁଥିଲେ ତେଣୁ ତାଙ୍କ ଦ୍ୱାରପାଳ ନନ୍ଦୀ ଭିତରକୁ ଯିବା ପାଇଁ ମନା କରିଦେଲା ତେଣୁ ଋଷି ଭୃଗୁ ରାଗିଯାଇ ଶିବଙ୍କୁ ନିଜ ରୂପରେ ପୂଜା ନପାଇ ଲିଙ୍ଗ ରୂପରେ ପୂଜା ପାଇବା ପାଇଁ ଶିବଙ୍କୁ ଅଭିଶାପ ଦେଲେ; ସେହିଦିନଠାରୁ ଶିବ ନିଜ ରୂପରେ ପୂଜା ନପାଇ ଲିଙ୍ଗ ରୂପରେ ପୂଜା ପାଇ ଆସୁଛନ୍ତି। ତାପରେ ଭୃଗୁ ବିଷ୍ଣୁଙ୍କ ବିନାନୁମତିରେ ବୈକୁଣ୍ଠରେ ପ୍ରବେଶ କଲେ। ବିଷ୍ଣୁ ସେତେବେଳେ ବିଶ୍ରାମ ନେଉଥିଲେ। ଭୃଗୁ ବିଷ୍ଣୁଙ୍କୁ ଉଠିବାକୁ କହିଲେ କିନ୍ତୁ ବିଷ୍ଣୁ ଗଭୀର ନିଦ୍ରାରେ ଥିବା ହେତୁ ଉଠିଲେ ନାହିଁ; ଏହା ଦେଖି ଋଷି ଭୃଗୁ ବିଷ୍ଣୁଙ୍କ ଛାତିକୁ ଏକ ଶକ୍ତ ଗୋଇଠା ମାରିଲେ ଯାହା ବିଷ୍ଣୁଙ୍କ ଛାତିରେ ଛାପିଗଲା ଯାହା “ଶ୍ରୀ ବତ୍ସ” ବୋଲି ଲୋକମାନେ ଜାଣନ୍ତି। ଗୋଇଠା ଖାଇଲାପରେ ବିଷ୍ଣୁ ଉଠି ସମସ୍ତ କଥା ଜାଣିଲେ ଏବଂ ଭୃଗୁଙ୍କ ଗୋଇଠା ମାରିବାରୁ ନିଜ ଗୋଡ଼କୁ ଆଘାତ ହୋଇନାହିଁତ! ବୋଲି ପ୍ରଶ୍ନ କଲେ; ସେ କହିଲେ “ମୋ ଛାତି କଠିନ କିନ୍ତୁ ଆପଣଙ୍କ ଗୋଡ କୋମଳ” ଏପରି ବିଷ୍ଣୁଙ୍କ ମର୍ଯ୍ୟାଦାପୂର୍ଣ୍ଣ କଥାରେ ପ୍ରୀତ ହୋଇ ଋଷି ଭୃଗୁ ତ୍ରିଦେବଙ୍କ ଭିତରେ “ବିଷ୍ଣୁ” ଶ୍ରେଷ୍ଠ ବୋଲି ଘୋଷଣା କଲେ।
କିନ୍ତୁ ଗପଟିର ପ୍ରକୃତ ଉଦ୍ଧେଶ୍ୟ ହେଉଛି ଉତ୍ତର ଭାରତର ଜନପ୍ରିୟ ଆଦିବାସି ଲୋକପ୍ରିୟ ବ୍ୟକ୍ତିତ୍ତ୍ଵକୁ ନିଜ ଛତ୍ର ଛାୟାତଳେ ଈଶ୍ୱରର ମର୍ଯ୍ୟାଦା ଦେଇମଧ୍ୟ ବୈଦିକ ବ୍ୟକ୍ତିତ୍ୱକୁ ପ୍ରାଧାନ୍ୟ ଦେବା ଏବଂ ଶିବଙ୍କ ବ୍ୟକ୍ତିତ୍ତ୍ଵକୁ ବିଷ୍ଣୁଙ୍କ ଆଗରେ ନ୍ୟୁନ ମନେ କରିବା। ଅର୍ଥାତ୍ ଅନୁଗାମୀ ମାନେ ଯେତେ ପର୍ଯ୍ୟନ୍ତ ଶିବଙ୍କୁ ଲିଙ୍ଗ ରୂପରେ ପୂଜା କରୁଥିବେ ସେତେ ପର୍ଯ୍ୟନ୍ତ ବିଷ୍ଣୁ ଶିବଙ୍କଠାରୁ ମହାନ ଥିବେ ଏବଂ ଅନୁଗାମୀମାନେ ମୁର୍ଖତାରେ ଶିକାର ଅଛନ୍ତି ବୋଲି ପ୍ରମାଣ ମିଳୁଥିବ। ଓଡ଼ିଶାର ଅନେକ ଶିବ ମନ୍ଦିର ପୂର୍ବେ ବୁଦ୍ଧଙ୍କ ମନ୍ଦିର ଥିଲା କିନ୍ତୁ ବ୍ରାହ୍ମଣବାଦୀ ଏବଂ ଶୈବ ସମ୍ପ୍ରଦାୟର ରାଜାମାନେ ଯେତେବେଳେ ଓଡିଶା ରାଜ୍ୟକୁ ଶାସନ କଲେ ମନ୍ଦିର ଗୁଡିକୁ ଶିବ ମନ୍ଦିରରେ ପରିଣତ କରିଦେଲେ। ଓଡ଼ିଶାର ଲିଙ୍ଗରାଜ ମନ୍ଦିର ଏହାର ଏକ ବଡ ପ୍ରମାଣ।