ଧର୍ମ ସହିବ ନାହଁ

                ମାଲିକାଣୀଙ୍କର ଅନ୍ନଖିଆ ଚାକର ମଦନ ସୁନ୍ଦର । ମାଲିକାଣୀଙ୍କର କହିବା ଅନୁସାରେ ମଦନ ସୁନ୍ଦର ମାଲିକାଣୀଙ୍କ ପଛେ ପଛେ ଯାଇ ମାଲିକାଣୀଙ୍କର ଶୟନ କକ୍ଷରେ ପହଁଚି ପଚାରିଲା – କୁହନ୍ତୁ ମାଲିକାଣୀ ମୋତେ ଏବେ କ’ଣ କରିବାକୁ ହେବ? ଏତେ ରାତିରେ ଆପଣଙ୍କର ପୁଣି କି ଅସୁବିଧା ହେଲା?

ମଦନ ସୁନ୍ଦର ଏ କଥା କହିବାରୁ ମାଲିକାଣୀ ମଦନ ସୁନ୍ଦରଙ୍କୁ ଠିଆ ନହେବାକୁ କହି ହାତ ଧରି ଟାଣି ନେଇ ପଲଙ୍କ ଉପରେ ବସାଇ ଦେଇ କହିଲା – ଦେଖ ମଦନ ସୁନ୍ଦର, ମୁଁ ତୁମର ମାଲିକାଣୀ । ମୁଁ ତୁମକୁ ଯାହା ଆଦେଶ କରିବି ତୁମକୁ ତାହା ମାନିବାକୁ ହେବ । ମଦନ ସୁନ୍ଦର କହିଲା – ମୁଁ ପରା ଆପଣଙ୍କର ଲୁଣ ଖାଉଛି, ଆପଣଙ୍କ ଆଦେଶକୁ କିପରି ଅମାନ୍ୟ କରିବି?

ମଦନ ସୁନ୍ଦର ଏ କଥା କହିବାରୁ କେଶରୀ କହିଲା ଦେଖ ମଦନ ସୁନ୍ଦର, ସୌଦାଗର ମୋତେ ଏକଲା କରି ବିଦେଶକୁ ବଣିଜ କରିବାକୁ ଯାଇଛି । ମୋର ଏପରି ଭରା ଯୌବନ କାଳରେ ତାଙ୍କର କ’ଣ ଏୟା କରିବାର ଥିଲା । ଆଉ ମଧ୍ୟ ତୁମକୁ ଦେଖିଲା ଠାରୁ ମୋର ମନ ତୁମଠାରେ ସଦା ସର୍ବଦା ଆକର୍ଷିତ ଅବସ୍ଥାରେ ରହୁଛି । ମନ କହୁଛି, ତମେ ଏକଲା ଖଟଟା ଉପରେ ନଶୋଇ ତମେ ସବୁ ବେଳେ ଆସି ମୋରି ପଲଙ୍କ ଉପରେ ଶୁଅନ୍ତ । ମୋ ସହିତ ପ୍ରେମାଳାପ କରନ୍ତ । ମୋ ମନ ମଧ୍ୟରେ ଯେଉଁ ଗୋପନ କଥାଟି ଉଙ୍କି ମାରୁଛି ତାହାକୁ ମଧ୍ୟ ତୁମେ ପୂରଣ କରନ୍ତ ।

କହୁନା ମଦନ । ଏଠାରେ ତୁମ ଆଉ ମୋ ବିନା କିଏ ଅଛି ଯେ ଆମର ପ୍ରେମ ଉପରେ ବାଧା ଆଣିବ । ମଦନ ସୁନ୍ଦରଙ୍କୁ ଏହା କହି କେଶରୀ ତାଙ୍କର ହସ୍ତ ଧରି ପାଖକୁ ଆଣିବାକୁ ଚେଷ୍ଟା କରନ୍ତେ ମଦନ ସୁନ୍ଦର କହିଲା – ମୋତେ ଏ ସବୁ କଥାରୁ କ୍ଷମା କର ମାଲିକାଣୀ । ମୁଁ ତୁମକୁ ହାତ ଧରୁଛି । ମୁଁ ଆପଣଙ୍କର ଚାକର, ଆପଣ ମୋର ପ୍ରଭୁ, ଯିଏ ଅନ୍ନ ବସ୍ତ୍ର ଦେଇ ବଂଚାଇ ରଖି ଛନ୍ତି । ସେମାନେ ମୋର ପିତା ମାତା ସମାନ, ମୁଁ କିପରି ଆପଣଙ୍କ ସହିତରେ ଏପରି ଅନ୍ୟାୟ ଆଚରଣ କରିବି । ତାହା କଲେ ତ ମୋତେ ନରକରେ ପଡିବାକୁ ହେବ । ଆପଣଙ୍କ ମନରେ ଏପରି ଧାରଣା ହେବା ତ ସ୍ୱାଭାବିକ, ହେଲେ ମୋତେ ଏହି କର୍ମରୁ କ୍ଷାନ୍ତ ଦିଅନ୍ତୁ ଆଉ କ୍ଷମା କରି ଦିଅନ୍ତୁ ।

ମଦନ ସୁନ୍ଦର ଏପରି କହିବାରୁ କେଶରୀ ଭାବିଲା ୟେ ମୋତେ ଧର୍ମ ଶାସ୍ତ୍ର ଶୁଣାଇ ଲାଣି । ଏଥିରେ କ’ଣ ମୋ ମନର ମାନସିକ ପୁରଣ ହୋଇ ଯିବ । ତହୁଁ କେଶରୀ ମଦନ ସୁନ୍ଦର ଉପରେ ଖୁବ୍ ରାଗ ଜର୍ଜରିତ ଅବସ୍ଥାରେ କହିଲା – ଦେଖ ମଦନ ସୁନ୍ଦର । ମୁଁ ଯେପରି ଏ ଘରେ ଏକା, ତମେ ମଧ୍ୟ ଏ ଘରେ ଏକା, ବର୍ତ୍ତମାନ ଯେବେ ତମେ ମୋ ପ୍ରସ୍ତାବରେ ରାଜି ନହେବ ତାହା ହେଲେ ମୁଁ ତୁମକୁ ନିଶ୍ଚୟ ବିପଦରେ ପକାଇ ଦେବି । ତୁମକୁ ଏପରି ବିପଦରେ ପକାଇ ଦେବି ଯେ, ଆଜି ଦିନେ କ’ଣ ମୋତେ ଜୀବନ ସାରାକୁ ସ୍ତ୍ରୀ ଭାବରେ ଗ୍ରହଣ କରିବାକୁ ବାଧ୍ୟ ହେବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ