ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସ୍ୱାର୍ଥପର ମଣିଷ

       ଶୀତଦିନିଆ ରାତି, ବାହାରେ ପ୍ରବଳ ଥଣ୍ଡା, ବରଫ ବି ପଡୁଥାଏ । ରାତିରେ ନିଆଁଜାଳି ଛଅଜଣ ଲୋକ ଘେରିବସିଥାନ୍ତି । ସେମାନଙ୍କ ଭିତରୁ ଜଣେ ଦରିଦ୍ର, ଜଣେ ଧନୀ, ଜଣେ କୃଷ୍ଣକାୟ, ଅନ୍ୟ ଜଣେ ଶ୍ୱେତାଙ୍ଗ, ଜଣେ ସାଧୁବାବା ଓ ଏକମାତ୍ର ମହିଳା ଥିଲେ ।

       କ୍ରମଶଃ ଥଣ୍ଡା ବଢି ବଢି ଚାଲିଥାଏ । ତେଣେ ନିଆଁ ଲିଭି ଲିଭି ଆସିଲାଣି । ଆଉ ଖଣ୍ଡିଏ କାଠ ନ ପକାଇଲେ ହୁଏତ ନିଆଁ ସମ୍ପୂର୍ଣ୍ଣ ଲିଭି ଯାଇପାରେ । ଦରିଦ୍ର ଲୋକ ପାଖରେ କାଠଖଣ୍ଡିଏ ଥିଲେ ମଧ୍ୟ ସେ ଲୁଚାଇ ରଖିଥାନ୍ତି । ମନେ ମନେ ଭାବୁଥାନ୍ତି ଏ ଧନୀ ଲୋକଟି ମୋତେ କେତେ ହଇରାଣ ନ କରିଛି? ସୁତରାଂ ମୋ ପାଖରେ ଥିବା କାଠ ଖଣ୍ଡିକର ମଜା ନେବ ସେ କାହିଁକି? ସେ କଷ୍ଟ ପାଉ ପଛେ ମୁଁ କାଠ ଖଣ୍ଡିକ ନିଆଁରେ ପକାଇବି ନାହିଁ । ଆଜି ସେ ଜାଣୁ ଯେ, ଶୀତ କ’ଣ, କେତେ କଷ୍ଟ ପ୍ରଦାୟକ? ଏହା କେବଳ ଗରିବ ଲୋକଙ୍କୁ କାହିଁକି ଧନୀ ଲୋକଙ୍କୁ ବି କଷ୍ଟ ଦେଇପାରେ । ଏହା ଭାବି ସେ କାଠ ଖଣ୍ଡିକ ନିଆଁରେ ନ ପକାଇ ଲୁଚାଇ ରଖିଲା ।

       ଏବେ ଧନୀଲୋକଟି ଭାବିଲା, ମୁଁ ତ ଜୀବନରେ କାହାକୁ କିଛି ଦେଇ ନାହିଁ, କେବଳ ଅନ୍ୟକୁ ଠକି ଠାକି ଧନ ଆହରଣ କରିଛି । ସୁତରାଂ ମୋ ପାଖରେ ଥିବା କାଠ ଖଣ୍ଡିକ ଜାଳି ସମସ୍ତଙ୍କୁ ଆରାମ ଦେବି କାହିଁକି? ଏହା ଭାବି ସେ ମଧ୍ୟ କାଠ ଖଣ୍ଡିକ ଲୁଚାଇ ରଖିଲା ।

       ତାପରେ ନିଆଁ ପାଖରେ ବସିଥିବା କୃଷ୍ଣକାୟ ବ୍ୟକ୍ତିଜଣକ ପାଖରେ ରଖିଥିବା କାଠଖଣ୍ଡିକୁ ଲୁଚାଇ ରଖି ମନେ ମନେ ଭାବିଲା ବର୍ଷ ବର୍ଷ ଧରି ଏଇ ଶ୍ୱେତାଙ୍ଗ ଲୋକମାନେ ଆମକୁ ନିର୍ଯ୍ୟାତନା ଦେଇ ଆସିଛନ୍ତି । ସୁତରାଂ ମୋ କାଠ ଦ୍ୱାରା ତେଜିୟାନ ନିଆଁରେ ସେ ଉପକୃତ ହେବ କାହିଁକି?


ଗପ ସାରଣୀ

ତାଲିକାଭୁକ୍ତ ଗପ