ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦ୍ୱାଦଶ ରାଜକୁମାରୀ କାହାଣୀ

ସେହିଦିନ ସେହି ସଞ୍ଜ । ସେହି ବଉଳ ଫୁଲିଆ ନିରୋଳା ପବନ । ମନ ଭିତରେ ଗୁମୁରି ଉଠୁ ଥାଏ କେତେ ରାଇଜର କେତେ ରାଜକୁମାରୀଙ୍କ କାହାଣୀ । ଆଗରେ ପୁଣି ଥାଏ ରଜ ପର୍ବ । ଗାଁର ଝିଅମାନେ ଯେମିତି ସିହରି ଉଠୁ ଥାନ୍ତି ଦୋଳି ଖେଳିବାକୁ । ଠିକ୍ ସେହି ସମୟରେ ଗଣିଆ ବୋଉ ମାଲ୍ୟାଣୀ ସେହି ଝିଅମାନଙ୍କୁ କେବଳ ଟାହି ଟାପରା କରି କହୁଥାଏ ମରମ ଛିଣ୍ଡା କଥାରୁ ପଦେ ପଦେ । ସେହି ସମୟରେ ମଧ୍ୟ ଚାରିଆଡେ ଜହ୍ନ ଆଲୁଅ ବିଛାଡି ହୋଇ ପଡିଥାଏ । ସେପଟେ ଚଷା ପୁଅର ଲାଗି ଥାଏ ଧାନ ବୁଣା । ସେହି ମାସଟା ପୁଣି ଥାଏ ପୁରାପୁରି ଜ୍ୟେଷ୍ଠ ମାସ ।

                ପବନ ଖାଇବାକୁ ପିଲାଗୁଡାକ ଯାଇ ଜମିଥାନ୍ତି ସେ ମାଣିକ ମା ଦୁଆରେ । ତାଙ୍କ ଦୁଆରଟି ଖୁବ୍ ମେଲା ଓ ଫର୍ଚ୍ଚା ଜାଗା । ପୁଣି ସେଠାରେ ନଦୀ କୂଳିଆ ପବନ ମଧ୍ୟ ଶୁଲୁ ଶୁଲୁ ହୋଇ ବହୁ ଥାଏ । ସେଥି ଲାଗି ପିଲା ମାନଙ୍କୁ ସେଠାରେ ଭାରି ମଜା ଲାଗୁଥାଏ । ତେଣୁ ସେଠାରେ ଗୋଟିଏ ହେଁସ ପାରି ସମସ୍ତେ ବସିଲେ ।

                ମାଣିକ ମା କହିଲା – “କିଲୋ, ତମେ ସବୁ ତମ ଘରକୁ ଯାଉନ?”

                ଏହି କଥା ମାଣିକ ମା ଠାରୁ ଶୁଣି ଝିଅ ପିଲାଯାକ କହିଲେ – “ଆମେ ଏଠାକୁ ଆସିଛୁ ତୋଠୁଁ କାହାଣୀ ଶୁଣିବାକୁ । ଆଗେ କାହାଣୀ କହିଲେ ଯାଇ ଆମେ ଯିବୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ