Category - ଜାତକ କଥା

ଶିବି ଜାତକ

ପୂର୍ବକାଳରେ ଶିବି ନାମରେ ଜଣେ ରାଜା ଥିଲେ । ତାଙ୍କ ରାଜ୍ୟର ନାମ ବି ଥିଲା ଶିବି । ସେହି ରାଜ୍ୟର ରାଜଧାନୀ ଥିଲା ଅରିଷ୍ଟପୁର । ଗୋଟିଏ ଜନ୍ମରେ ବୋଧିସତ୍ୱ ଏଇ ରାଜା ଶିବିଙ୍କର ପୁଅ ହୋଇଥିଲେ । ତାଙ୍କର ପିଲାଦିନ କଟିଗଲା । ପାଠପଢିବା ବୟସ ହେଲା । ରାଜା ଶିବି ପଢିବା ପାଇଁ ପୁଅକୁ ତକ୍ଷଶୀଳାକୁ ପଠାଇଦେଲେ । ବୋଧିସତ୍ୱ ସେଠାରେ ଜଣେ ଗୁରୁଙ୍କ ଘରେ ରହି ପାଠ ପଢିଲେ...

Read More

ମହାକପି ଜାତକ

ବୋଧିସତ୍ୱ ଥରେ ଗୋଟିଏ ମାଙ୍କଡ ରୂପରେ ଜନ୍ମ ହୋଇଥିଲେ । ହିମାଳୟ ପର୍ବତ ତଳେ ଘଂଚ ଜଙ୍ଗଲ ଅଛି । ସେଇ ଜଙ୍ଗଲରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କର ପିଲାଦିନ ଗଲା । ସେ ଯୁବକ ହେଲେ । ସେ ଭାରି ବଳୁଆ ହେଲେ । କାମିକା ମଧ୍ୟ ହେଲେ । ମାଙ୍କଡ ଦଳ ତାଙ୍କୁ ଦଳପତି ବୋଲି ମାନିନେଇଥିଲେ ।        ଗଙ୍ଗାନଦୀ କୂଳରେ ଗୋଟିଏ ବଡ ଆମ୍ବଗଛ ଥିଲା । ଗଛର ଡାଳଗୁଡିକ ବହୁଦୂର...

Read More

ମହାସାଗର ଜାତକ

ବୋଧିସତ୍ୱ ତାଙ୍କର ଏକ ଜନ୍ମରେ ଗୋଟିଏ ରାଜାଙ୍କର ମନ୍ତ୍ରୀ ହୋଇଥିଲେ । ରାଜା ତାଙ୍କ କାର୍ଯ୍ୟରେ ଓ ପାଣ୍ଡିତ୍ୟରେ ଅତି ଖୁସିଥିଲେ । ଦିନେ ରାଜା ବଣକୁ ବୁଲିବାହାରିଲେ । ତାଙ୍କ ସାଙ୍ଗରେ ଅନେକ ଅନୁଚର ଯାଇଥିଲେ । ନଅରର ରମଣୀମାନେ ଓ ରାଣୀ ମଧ୍ୟ ଯାଇଥାନ୍ତି । ରାଜା ବଣରେ ପରିଷ୍କାର ପାଣିଭରା ଗୋଟିଏ ପୋଖରୀ ଦେଖିଲେ । ସେ ସେହି ପୋଖରୀରେ ଗାଧୋଇବାପାଇଁ ମନ କଲେ ।...

Read More

ଭୀମସେନ ଜାତକ

ଅନେକ ଦିନ ତଳେ ବୋଧିସତ୍ୱ ଜଣେ ସୁଦ୍ରର ପୁଅ ହୋଇ ଜନ୍ମହୋଇଥିଲେ । ସେତେବେଳେ ସେ ସେହି ରାଜ୍ୟରେ ଜଣେ ବଡ ବିଦ୍ବାନ ଥିଲେ । ବୋଧିସତ୍ୱ ତାଙ୍କର ଶିଷ୍ୟ ଥିଲେ । ସେ ଗୁରୁଙ୍କ ପାଖରେ ରହି ନାନା ଜ୍ଞାନ ଆହରଣ କଲେ । ସେ ଅସ୍ତ୍ରଶସ୍ତ୍ରର ମଧ୍ୟ ଶିକ୍ଷାପାଇଲେ । ଧନୁଶର ଚଳାଇବାରେ ସେ ବଡ ଧୁରନ୍ଧର ଥିଲେ ।        ଏତେ ଗୁଣ ଥିଲେ କ’ଣ ହବ – ସେ ଦେଖିବାକୁ ବଡ ଅସୁନ୍ଦର...

Read More

ବେଦବର ଜାତକ

ବୋଧିସତ୍ୱ ବାରାଣସୀରେ ଜନ୍ମ ହୋଇ ଜଣେ ବ୍ରାହ୍ମଣଙ୍କର ଶିଷ୍ୟ ହୋଇଥିଲେ । ସେ ମନପ୍ରାଣ ଲଗାଇ ଗୁରୁଙ୍କର ସେବା କରୁଥିଲେ । ଏଇ ବ୍ରାହ୍ମଣ ଗୋଟିଏ ମନ୍ତ୍ର ଜାଣିଥିଲେ । ସେ ମନ୍ତ୍ରର ନାମ ବେଦବର । ବ୍ରାହ୍ମଣ ମନ୍ତ୍ର ପଢି ଆକାଶକୁ ଚାହିଁଦେଲେ ସୁନା ରୂପା ଆଦି ଧନସଂପଦ ବର୍ଷା ହେଉଥିଲା । କେଉଁ ଗ୍ରହ ଓ କେଉଁ ନକ୍ଷତ୍ର ଆକାଶରେ ଥିବାବେଳେ ମନ୍ତ୍ର ପଢିଲେ ଏପରି ଧନ...

Read More

କପୋତ ଜାତକ

ବୋଧିସତ୍ୱ ବାରାଣସୀରେ ଥରେ ଗୋଟିଏ କପୋତ ରୂପରେ ଜନ୍ମ ହୋଇଥିଲେ । ସେତେବେଳେ ଲୋକମାନେ ନିଜ ଘରର ଏକ ଉଚ୍ଚ ଜାଗାରେ ଗୋଟିଏ ଟୋକେଇ ରଖିଦେଉଥିଲେ । ଚଢେଇମାନେ ସେଇ ଟୋକେଇ ଭିତରେ ଆଶ୍ରା ନେଉଥିଲେ । ସେ ସମୟରେ ଜଣେ ସେଠ୍ ଥିଲେ । ତାଙ୍କର ରାନ୍ଧୁଣିଆ ରନ୍ଧାଘର ଉପରେ ଟୋକେଇଟିଏ ଥୋଇଦେଇଥିଲା । କପୋତ ବୋଧିସତ୍ୱ ସେଇ ଟୋକେଇରେ ରହୁଥିଲେ । ନିତି ସକାଳେ ସେ ଖାଇବା ଜିନିଷ...

Read More

ଆମ୍ର ଜାତକ

ତେର ବର୍ଷ ତଳର କଥା । ସେତେବେଳେ ବାରାଣସୀରେ ବ୍ରହ୍ମଦତ ବୋଲି ଜଣେ ରାଜା ଥିଲେ । ତାଙ୍କ ରାଜ୍ୟରେ ଥରେ ହଇଜା ଲାଗିଲା । ବହୁତ ଲୋକ ମରିଗଲେ । ରାଜାଙ୍କ ପୁରୋହିତଙ୍କ ଘରର ସମସ୍ତେ ହଇଜାରେ ପଡି ମଲେ । ପୁରୋହିତଙ୍କର ଗୋଟିଏ ପୁଅ ଥିଲା । ସେ ବାରାଣସୀ ଛାଡି ପଳାଇଯାଇଥିଲା, ତେଣୁ ସେ ବଂଚିଯାଇଥିଲା ।        ପୁରୋହିତଙ୍କର ପୁଅ ଅନେକ ଜାଗା ବୁଲିବାପରେ ଶେଷରେ...

Read More

ବକ ଜାତକ

ଏକ ବଣରେ ଗୋଟିଏ ଛୋଟ ପୋଖରୀ ଥିଲା । ପୋଖରୀଟି ନିର୍ମଳ ପାଣିରେ ଭରିରହିଥିଲା । ସେଥିରେ ଅନେକ ପଦ୍ମଫୁଲ ଫୁଟିଥିବାରୁ ଭାରି ସୁନ୍ଦର ଦେଖାଯାଉଥିଲା । ପୋଖରୀ କୂଳରେ ବରଗଛଟିଏ ରହିଥିଲା । ଏଇ ଗଛଟିର ଦେବତା ଥିଲେ ବୋଧିସତ୍ୱ । ସେ ସେଇ ଗଛରେ ରହୁଥିଲେ ।        ଖରାଦିନ ହେଲା । ପୋଖରୀରୁ ପାଣି ଶୁଖିଆସିଲା । ପାଣି କମିଯାଉଥିବା ଦେଖି ମାଛମାନେ ବଡ ବିକଳ ହେଲେ ।...

Read More

ଇଲ୍ଲିସସେଠ୍ ଜାତକ

ବହୁତ ଦିନ ତଳର କଥା । ବାରାଣସୀ ସହରରେ ବ୍ରହ୍ମଦତ ବୋଲି ଜଣେ ରାଜା ଥିଲେ । ସେଇ ସହରରେ ଜଣେ ସେଠ୍ ରହୁଥିଲା । ତା’ର ନାମ ଇଲ୍ଲିସ । ଇଲ୍ଲିସ ପାଖରେ ବହୁତ ସୁନା ମୋହର ଥିଲା । ଗୁଡାଏ ଧନ ଥିଲେ କ’ଣ ହବ, ଲୋକଟା ନିହାତି ଅସୁନ୍ଦର ଥିଲା । ଇଲ୍ଲିସ ଥିଲା ଛୋଟା, କୁବ୍ଜା ଓ ଟେରା ।        ଇଲ୍ଲିସର ବାପା, ବଡବାପା ଓ ଜେଜେବାପାମାନେ ବାରାଣସୀ ସହରରେ ବହୁତ ନାମ...

Read More

ଶିଆଳ ରାଜା କଥା

ଗୋଟିଏ ବିରାଟ ଜଙ୍ଗଲ ଥିଲା । ସେ ଜଙ୍ଗଲ ନିକଟରେ ଛୋଟିଆ ନଈଟିଏ କୁଳୁ କୁଳୁ ହୋଇ ବହିଯାଉଥିଲା । ସେହି ନଈପଠାରେ କିଆବୁଦା ମୂଳରେ ଗାତଟିଏ କରି ଚଣ୍ଡରବ ନାମରେ ବିଲୁଆଟିଏ ତା’ ପିଲାଛୁଆ ଧରି ବାସ କରୁଥିଲା । ବିଲୁଆମାନଙ୍କର କଙ୍କଡା ଖାଇବାକୁ ଭାରି ସଉକ ଥିଲା । ତେଣୁ ଚଣ୍ଡରବ କଙ୍କଡା ଖାଇବା ଆଶାରେ ନଈପାଣିର ଧାରେ ଧାରେ ଦୌଡୁ ଦୌଡୁ ବହୁତ ବାଟ ଚାଲିଗଲା । ତା’ପରେ...

Read More

ବିଚାରବାନ ଚୋର

ଗୋଟିଏ ରାଜ୍ୟର ରାଜାପୁଅ ସହିତ ସେହି ରାଜ୍ୟର ମନ୍ତ୍ରୀପୁଅ ଓ ସାଧବପୁଅ ସାଙ୍ଗ ହେଉଥିଲେ । ତିନି ଜଣଙ୍କର ଘନିଷ୍ଠ ବନ୍ଧୁତା ଥିଲା । ତିନି ଜଣଙ୍କର ପ୍ରକୃତି ସମାନ ଥିବାରୁ ସେମାନେ ସାଙ୍ଗ ହୋଇଥିଲେ । ତିନିଜଣଯାକ ବହିରେ ଡୋରି ବାନ୍ଧି ଦେଇ ଖେଳ ତମାସାରେ ମାତିଥିଲେ । ଜଣେ ରାଜାପୁଅ ପାଠ ନ ପଢି ଖେଳ ତମାସାରେ ସମୟ ନଷ୍ଟ କରୁଥିବାରୁ ରାଜା ପୁଅ ଉପରେ ବିରକ୍ତ ହୋଇ...

Read More

ଯେସାକୁ ତେସା

କୌଣସି ଗୋଟିଏ ବଡ ସହରରେ ଗୋପାଳ ନାମକ ଜଣେ ଧନୀ ଲୋକ ବାସ କରିଥିଲେ । ତା’ ବାପା ବାଣିଜ୍ୟ ବ୍ୟବସାୟ କରି ବହୁତ ଧନସମ୍ପଦ ରଖି ଯାଇଥିଲେ । ଗୋପାଳ କିନ୍ତୁ ବାପାଙ୍କ ବ୍ୟବସାୟ ଚଳାଇପାରିଲା ନାହିଁ । ବ୍ୟବସାୟରେ କ୍ଷତି ହେବାରୁ ସେ ସାଙ୍ଗମାନଙ୍କଠାରୁ ବହୁତ ଟଙ୍କା କରଜ କରି ପକାଇଲା । ସେ ଭାବିଥିଲା କରଜ ଟଙ୍କାରେ ବ୍ୟବସାୟ ଚଳାଇ ଲାଭ କରିବ । କିନ୍ତୁ ସେକଥା ହେଲା...

Read More

ସାପ ପୁଅର ବାହାଘର କଥା

ପଦନପୁର ଗାଆଁରେ ଜଣେ ବ୍ରାହ୍ମଣ ଓ ବ୍ରାହ୍ମଣର ସ୍ତ୍ରୀ ବାସ କରୁଥିଲେ । ଅନେକ ଦିନ ପର୍ଯ୍ୟନ୍ତ ତାଙ୍କର ପିଲାଛୁଆ ନ ହେବାରୁ ସେମାନେ ବହୁତ ମନଦୁଃଖରେ ସମୟ ଅତିବାହିତ କରୁଥାନ୍ତି । ବ୍ରାହ୍ମଣୀ ନାନାପ୍ରକାର ବ୍ରତ କରେ । ବ୍ରାହ୍ମଣ ମଧ୍ୟ ପ୍ରତିଦିନ ଠାକୁରକୁ ଡାକି କହେ, “ ହେ ପ୍ରଭୁ ! ଆମ କୋଳରେ ଗୋଟିଏ ପିଲା ଦିଅ । ”        ଠାକୁର ସେମାନଙ୍କର ଦୁଃଖ ଶୁଣିଲେ ।...

Read More

ଲୋଭି ବିଲୁଆର କାହାଣୀ

ଗୋଟିଏ ବଣରେ ଜଣେ ବୁଢା ଶିକାରି ବାସ କରୁଥିଲା । ତା’ର ଗୋଟିଏ ପୁଅ ଥିଲା । ଶିକାରି ପୁଅଟି ବଣ ସାରା ବୁଲି ବୁଲି ଗୋଟିଏ ମଧ୍ୟ ଶିକାର ପାଇଲା ନାହିଁ । ତେଣୁ ମନରେ ବହୁତ କଷ୍ଟ ଅନୁଭବ କଲା । ଏଣେ ସଞ୍ଜବେଳ ହୋଇଯାଇଥାଏ । ଶିକାରି ପୁଅ ତ ଘରକୁ ଫେରିବାକୁ ମନସ୍ଥ କଲାବେଳକୁ ନିକଟରେ ଘଷର ଘଷର ଶବ୍ଦ ଶୁଣାଗଲା । ଗୋଟିଏ ବନ୍ୟଶୁକର ଆସି ଶିକାରି ପୁଅଟିକୁ ଭୁଷିଦେଲା ।...

Read More

ଋଷି ଓ ମୂଷା କନିଆଁ କଥା

ଥରେ ଗୋଟିଏ ଚିଲ ଗୋଟିଏ ମୂଷାଛୁଆକୁ ଥଂଟରେ ଧରି ଉଡିଯାଉଥିବା ସମୟରେ, ମୂଷାଛୁଆଟି କୌଣସି ପ୍ରକାରେ ଚିଲ ଥଂଟରୁ ଖସି ଆସି ଋଷି ତର୍ପଣ କରୁଥିବା ସମୟରେ ଆଞ୍ଜୁଳାରେ ପଡିଗଲା । ମୂଷାଛୁଆର ଅବସ୍ଥା ଦେଖି ଋଷିଙ୍କ ମନରେ ଦୟା ହେଲା । ସେ ତାକୁ ମନ୍ତ୍ରପାଣି ଛିଂଚି ଗୋଟିଏ ସୁନ୍ଦରୀ ଝିଅରେ ପରିଣତ କରିଦେଲେ । ତା’ ପରେ ନିଜ ଆଶ୍ରମକୁ ନେଇ ଲାଳନ ପାଳନ କଲେ । ଆଶ୍ରମରେ ରହି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ