ମହାବଳୀ

ଠିକ୍ ଅଧରାତି ବେଳକୁ ଶରଭ ଝରକା ପାଖରେ ଜଳନ୍ତାବତୀ ଦେଖିଲା । ତା’ପରେ ସେ ଧୀରେ ବୁଦା ଭିତରୁ ବାହାରି ଜୋର୍ରେ ଦୌଡିବାରେ ଲାଗିଲା ।

କିଛି ଦୂର ଯାଇଛି କି ନାହିଁ, ବହୁତ ଜୋରରେ ପବନ ବହିଲା । ସେ ଶୁଣିବାକୁ ପାଇଲା, “ମଣିଷର ବାସ୍ନା, ମଣିଷର ବାସ୍ନା ।” ମହାଭୀମର ଏହି ଆବାଜ୍ ଶରଭ ଜାଣିଗଲା । ସେ ଆହୁରି ଜୋରରେ ଧାଇଁବାକୁ ଲାଗିଲା ।

ମହାଭୀମ ମଧ୍ୟ ସେତିକି ଜୋର୍ରେ ତାକୁ ଗୋଡାଇଥାଏ । ପବନ ଖୁବ୍ ଜୋର୍ରେ ବହୁଥାଏ । ଶରଭର ପାଦରେ ଆଉ ଜୋର୍ ନ ଥାଏ । କିନ୍ତୁ ପବନର ସୁଅରେ ସେ ଆଗକୁ ଆଗକୁ ଉଡିଯାଉଥାଏ । ଘୋର ଅରଣ୍ୟ ମଧ୍ୟରେ ସେ ଯାଉଥିବାରୁ, ଆଉ କେହି ମଣିଷ ତାର ଦୃଷ୍ଟିରେ ପଡୁ ନ ଥାନ୍ତି ।

ଏହି ସମୟରେ ଶରଭ ତା’ ସମ୍ମୁଖରେ ଏକ ଭୟଙ୍କର ଦୃଶ୍ୟ ଦେଖିଲା । ଫଳରେ ଭୟରେ ତାର ପ୍ରାଣ ଛାଡିଯିବା ପରି ଲାଗୁଥାଏ । ଏକ ବିଶାଳ ଶରୀରଧାରୀ ମଣିଷ, ଜଙ୍ଗଲୀ ପଶୁ ମାନଙ୍କୁ ମାରି ଏକାଠି ଗଦେଇ ଖାଇ ହାଡସବୁ ଜମା କରୁଥାଏ ।

ସେହି ବିଶାଳାକୃତି ମଣିଷ ଶରଭକୁ ପଚାରିଲା “ତୁ କିଏ? କିଏ ତୋତେ ଗୋଡାଉଛି?

ତହୁଁ ସେ ଶରଭ ଥରି ଥରି କହିଲା “ମହାଭୀମ ମୋର ପିଛା କରୁଛି ।” ଏକଥା ଶୁଣି ସେହି ମହାକାୟ ମଣିଷ ହୁଂକାର ମାରି କହିଲା, “ମୁଁ ହେଉଛି ଜଂଗଲର ରାକ୍ଷସ, ମୁଁ ଥାଉ ଥାଉ ଆଉ କେଉଁ ମହାଭୀମ ତୁମକୁ ଗୋଡାଉଛି? ମୁଁ ତାକୁ ମାରି ପକାଇବି ।”

ଏହି ସମୟରେ ମହାଭୀମ ସେଠାରେ ଆସି ପହଁଚିଲା । ତା ସହିତ ଆସୁଥିବା ପବନର ସୁଅରେ ଶରଭ ଉଡିଯାଇ ଏକ ଗଛର ଶାଖାରେ ଲାଖି ଗଲା । ତା ପରେ ଦେଖିଲା, ଦୁଇଜଣଯାକ ବଳଶାଳୀ ଲୋକ ପରସ୍ପର ଘୋର ଯୁଦ୍ଧରେ ମାତିଗଲେ ।

ସେ ଦୁଇ ମହାବଳୀ ସକାଳ ଯାଏଁ ଏମିତି ଲଢିବାରେ ଲାଗିଲେ । ଅଚାନକ ସେମାନେ ଆକାଶକୁ ଉଡିଯାଇ ମେଘ ଭିତରେ କୁଆଡେ ଛପିଗଲେ । ମନେହେଲା, ସତେ ଯେପରି ତାଙ୍କ ଭିତରେ କଣ ଗୋଟେ ବୁଝାମଣା କରିନେଲେ । ଶରଭକୁ ସେମାନଙ୍କର ଗର୍ଜନ ଶୁଣା ଯାଉଥାଏ ।

ସେ ସେଠାରୁ ସେମାନଙ୍କ ଭିତରୁ କିଏ ଜିତିବ, ଜାଣିବା ପାଇଁ ଚେଷ୍ଟା କଲା । ମାତ୍ର ତଳକୁ କିଛି ଦିଶୁ ନ ଥାଏ କି, ସେମାନେ କେହି ଆଉ ତଳକୁ ଆସିଲେ ନାହିଁ । ଶେଷରେ ଶରଭ ଗଛରୁ ଓହ୍ଲାଇ ରାସ୍ତା ଖୋଜି ଖୋଜି ନିଜ ଘରେ ଯାଇ ପହଁଚିଲା ।

ଏହି ଘଟଣା ପରଠାରୁ ଶରଭ ନିଜ ଶକ୍ତି ସମ୍ବନ୍ଧରେ ଅନ୍ୟକାହା ଆଗାରେ, ଏପରିକି ନିଜ ସ୍ତ୍ରୀ ଆଗରେ ମଧ୍ୟ ବାହାଦୁରୀ ଦେଖାଇଲା ନାହିଁ । ତା ଠାରୁ ଏହି ଘଟଣା ଶୁଣି, ଯେତେବେଳେ ବି ଆକାଶରେ ବିଜୁଳି ଚମକେ, ସେହି ପ୍ରାନ୍ତର ଲୋକମାନେ କହନ୍ତି, “ଦୁଇ ମହାବଳୀଙ୍କର ଯୁଦ୍ଧ ଚାଲିଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ