ଛୋଟ କାମ କରିବାକୁ ଘୃଣା କର ନାହିଁ

ଦିନକର କଥା । ଜଣେ ବ୍ୟକ୍ତି ସସ୍ତ୍ରୀକ ଏକ ରାସ୍ତାରେ କୁଆଡେ ଯାଉଥାନ୍ତି । ରାସ୍ତାରେ ଯାଉ ଯାଉ ସେମାନେ ହଠାତ୍ ଦେଖିଲେ ସେନାବାହିନୀର ଏକ ଗାଡି କାଦୁଅରେ ପଶିଯାଇଛି । ଯେତେ ଠେଲାପେଲା କଲେ ବି ତାହା ସେଠାରୁ ଆଦୌ ବାହାରି ପାରୁନି । ସୈନିକଙ୍କର ପ୍ରାଣମୂର୍ଚ୍ଛା ଉଦ୍ୟମ ବ୍ୟର୍ଥ ହେବାରୁ ଶେଷରେ ସେମାନେ ଯାଇ ଏକ ଗଛମୂଳ ଛାଇରେ ଥକ୍କା ମାରି ବସିଛନ୍ତି । ଅନ୍ତତଃ ଆଉ ଜଣେ ଦୁଇଜଣ ଲୋକଙ୍କ ଆବଶ୍ୟକତା ସେଠାରେ ରହିଥିଲା ସେ ଗାଡିଟିକୁ କାଦୁଅରୁ ଉଠାଇବା ପାଇଁ ।

                କିଛି ସମୟ ପରେ ସେ ସେନାବାହିନୀର ପୁଣି ଦ୍ୱିତୀୟ ପ୍ରୟାସ ଜାରିରହିଲା । ସେହି ବ୍ୟକ୍ତିଜଣକ ସସ୍ତ୍ରୀକ ଗାଡି ପାଖରେ ଅଟକି ନିରୀକ୍ଷଣ କରୁଥାନ୍ତି । ସେ ସେନାବାହିନୀର ଦଳପତି ସେଠାରୁ ଟିକିଏ ଦୂରରେ ଥାଇ ଖାଲି ନିର୍ଦ୍ଧେଶ ଦେଉଥାନ୍ତି ସିନା ହେଲେ ସେ କିନ୍ତୁ ଗାଡିରେ ହାତ ଯମା ଲଗାଉନଥାନ୍ତି । ବେଳେବେଳେ ସେ ସେନାବାହିନୀକୁ ଭର୍ତ୍ସନା ବି କରିବାକୁ ପଛାଉନଥାନ୍ତି ।

                ବାଟରେ ଅଟକି ଯାଇଥିବା ସେହି ବ୍ୟକ୍ତିଜଣକ ସେନାମାନଙ୍କ ସହିତ ମିଶି ତାଙ୍କ ଗାଡିଟିକୁ ଠେଲିବା କାମରେ ଲାଗିଗଲେ । ତା’ପରେ ସତକୁସତ ସେ ଗାଡିଟି ଅତି ସହଜରେ ଉପରକୁ ଉଠି ଚାଲିଆସିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ