ଗୋଟିଏ ସହରରେ ଯୁଧିଷ୍ଠିର ନାମକ ଏକ କୁମ୍ଭାର ବାସ କରୁଥିଲା । ସେ ସବୁ ସମୟରେ ମଦ୍ୟପାନ କରୁଥାଏ । ଦିନେ ସେ ମଦ୍ୟପାନ କରି ମାତାଲ୍ ହୋଇ ଗଢିଥିବା ହାଣ୍ଡିତକ ସବୁ ଭାଙ୍ଗିଦେଲା । ମଦ ନିଶାରେ ହାଣ୍ଡି ଉପରେ ପଡିବାରୁ ଖପରା ମୁଣ୍ଡରେ ଗଳି ମୁଣ୍ଡକୁ ଚିରିଦେଲା । କ୍ଷତ ସ୍ଥାନରୁ ରକ୍ତ ବାହାରି ଦେହସାରା ହୋଇଗଲା । ଖୁବ୍ କଷ୍ଟରେ ସେ ସେହି ହାଣ୍ଡି ଗଦା ମଧ୍ୟରୁ ଉଠିଲା...
Tag - odia kahani
ଗୋଟିଏ ଜଙ୍ଗଲରେ ସିଂହଟିଏ ସିଂହୀଟିଏ ବାସ କରୁଥାନ୍ତି । ଦିନେ ସିଂହୀଟି ଦୁଇଟି ସୁନ୍ଦର ଛୁଆ ଜନ୍ମ ଦେଲା । ତେଣୁ ସିଂହ ପ୍ରତିଦିନ ଯାଇ ବଣରୁ ଶିକାର ସଂଗ୍ରହ କରି ଆଣି ସିଂହୀକୁ ଦିଏ । ସମସ୍ତେ ମିଳିମିଶି ଖାଆନ୍ତି । ଦିନକର କଥା, ସିଂହ ଜଙ୍ଗଲ ସାରା ବୁଲିଲେ ମଧ୍ୟ ତାକୁ କୌଣସି ଖାଦ୍ୟ ମିଳିଲା ନାହିଁ । ତେଣୁ ସେ ମନ ଦୁଃଖରେ ଘରକୁ ଫେରୁଥାଏ । ଫେରିବା ବାଟରେ ଏକ...
ଅନେକ ଦିନ ତଳର କଥା । ଗୋଟିଏ ରାଜ୍ୟର ରାଜା ଥାଆନ୍ତି ‘ନନ୍ଦ’ । ସେ ଚର୍ତୁଃପାଶ୍ୱର୍ରେ ସାଗର ଘେରି ରହିଥିବା ଏକ ରାଜ୍ୟକୁ ଶାସନ କରୁଥାଆନ୍ତି, ଏବଂ ତାଙ୍କର ପରାକ୍ରମର ଖ୍ୟାତି ଚର୍ତୁଃଦ୍ଧିଗ ବ୍ୟାପିଥାଏ । ସେହି ରାଜାଙ୍କ ଦରବାରରେ ବରରୁଚି ନାମକ ଜଣେ ମନ୍ତ୍ରୀ ଥାଆନ୍ତି । ସେ ରାଜନୀତି ଏବଂ ଦର୍ଶନ ଶାସ୍ତ୍ରରେ ମହାନ୍ ପଣ୍ଡିତ । ଉଭୟେ ରାଜା ଏବଂ ମନ୍ତ୍ରୀ ତାଙ୍କର...
ଅତି ପୁରା କାଳର କଥା । ଗୋଟିଏ ନଗରୀରେ ଶୁଦ୍ଧପଟ ନାମକ ଏକ ଧୋବା ବସ ବାସ କରୁଥିଲା । ଧୋବାଟି ଘରେ ଗୋଟିଏ ଗଧ ପାଳିଥାଏ । କିନ୍ତୁ ଗଧଟିକୁ ତା’ର ଆବଶ୍ୟକତା ଅନୁଯାୟୀ ଖାଦ୍ୟ ଯୋଗାଇ ପାରୁ ନଥାଏ । ଯାହାଫଳରେ ଗଧଟି ଦିନକୁ ଦିନ ଅତ୍ୟନ୍ତ ଦୁର୍ବଳ ହୋଇପଡିଲା । ଦିନେ ଶୁଦ୍ଧପଟ ଜଙ୍ଗଲ ମଧ୍ୟଦେଇ ଯିବା ସମୟରେ ଗୋଟିଏ ମଲା ବାଘ ଦେଖିଲା । ମନେମନେ ଏକ ଉପାୟ ଚିନ୍ତା କଲା ।...
କୌଣସି ଏକ ଗ୍ରାମରେ ଏକ କୃଷକ ତା’ର ପତ୍ନୀ ସହିତ ବସବାସ କରୁଥାଏ । ଦିନକୁ ଦିନ କୃଷକର ବୟସ ବଢିବାରୁ ତା’ର ସ୍ତ୍ରୀ ପରପୁରୁଷ ମାନଙ୍କ ପ୍ରତି ଆକୃଷ୍ଟ ହେଉଥାଏ । ସବୁ ସମୟରେ କୃଷକକୁ ଖରାପ ବ୍ୟବହାର ଦେଖାଉଥାଏ । ପ୍ରତିଦିନ ସେ ଗ୍ରାମ ମଧ୍ୟରେ ଏବଂ ନିକଟସ୍ଥ ସହରକୁ ସାଥୀଟିଏ ଖୋଜିବା ପାଇଁ ଯାଏ । ଏହିପରି ଖୋଜିବା ମଧ୍ୟରେ ତା’ର ଏକ ବ୍ୟକ୍ତି ସହିତ ସାକ୍ଷାତ ହୁଏ ।...
ପ୍ରାଚୀନ କାଳର କଥା । ଗୋଟିଏ ନଗରୀରେ ଉଜ୍ଜଳକ ନାମକ ଏକ ବଢେଇ ବସବାସ କରୁଥାଆନ୍ତି । ସେ ବହୁତ ଗରୀବ ଥାଏ । ଯେତେ ଯାହା ରୋଜଗାର କଲେ ମଧ୍ୟ ତାକୁ ଅଂଟେ ନାହିଁ । ସହରରେ ସମସ୍ତେ ବିରାଟ ବିରାଟ ପ୍ରାସାଦ ନିର୍ମାଣ କରି ଅୟସରେ ଜୀବନ ବିତାଉଥିବାବେଳେ ଗରୀବ ବଢେଇଟି ବିଚରା ତା’ର ଛୋଟିଆ ଘରଟିରେ ରହୁଥାଏ । ଦିନେ ବଢେଇଟି ଠିକ୍ କଲା ତା’ର ପରିବାରକୁ ସାଥିରେ ନେଇ ଅନ୍ୟ...
ଗୋଟିଏ ଜଂଗଲରେ ମହାଚତୁରକ ନାମକ ଏକ ବିଲୁଆ ବାସ କରୁଥାଏ । ଥରେ ଜଂଗଲରେ ବୁଲୁଥିବା ସମୟରେ ଏକ ହାତୀକୁ ମରି ପଡିଥିବାର ଦେଖିଲା । ମଲା ହାତୀକୁ ଦେଖି ସେ ପ୍ରଥମେ ତାର ଚାରି ପାଖରେ କିଛି ସମୟ ପାଇଁ ବୁଲିଲା । ମଲା ହାତୀଟିର ମାଂସ ଖାଇବାକୁ ତା’ର ଲୋଭ ହେଲା । କିନ୍ତୁ ସେ ହାତୀର ଟାଣ ଚମଡାକୁ ଫିଟାଇ ପାରିଲା ନାହିଁ । ଏହି ସମୟରେ ଏକ ସିଂହ ସେଠାରେ ଆସି ପହଁଚିଲା ।...
ଗୋଟିଏ ସହରରେ ଚିତ୍ରାଙ୍ଗ ନାମକ ଏକ କୁକୁର ରହୁଥିଲା । ଥରେ ସେହି ରାଜ୍ୟରେ ଦୁର୍ଭିକ୍ଷ ପଡିଲା । ମଣିଷମାନେ ଖାଇବା ବିନା ପୋକମାଛି ପରି ମଲେ । ଏପରି ଅବସ୍ଥାରେ ପଶୁମାନଙ୍କ କଥା କିଏ ବୁଝିବ । ଏହା ଦେଖି ଚିତ୍ରାଙ୍ଗ ରାଜ୍ୟ ଛାଡି ଅନ୍ୟତ୍ର ଚାଲିଯିବା ପାଇଁ ଠିକ୍ କଲା । ସେଠାରେ ପହଁଚିବାପରେ ସେ ସଂଗେ ସଂଗେ ତାର କାର୍ଯ୍ୟ ଆରମ୍ଭ କରିଦେଲା । ଜଣେ ଗୃହସ୍ଥର...
ଭାରତ ବର୍ଷର ଦକ୍ଷିଣରେ ‘ପାଟଳୀପୁତ୍ର’ ନାମକ ଏକ ନଗରୀ ଅବସ୍ଥିତ । ସେହି ନଗରୀରେ ମଣିଭଦ୍ର ନାମକ ଏକ ବଣିକ ବାସ କରୁଥିଲେ । ମାତ୍ର ଦୁର୍ଭାଗ୍ୟ କ୍ରମେ ସେ କ୍ରମେ ଗରୀବ ହୋଇଗଲେ । ସ୍ୱାଭାବିକ ଭାବରେ ଦରିଦ୍ର ବ୍ୟକ୍ତିତ ସମସ୍ତଙ୍କର ଘୃଣାର ଶିକାର ହୋଇଥାଏ । ମଣିଭଦ୍ର ବା’ ଏଥିରୁ ବାଦ୍ ଯିବେ କିପରି? ବ୍ୟକ୍ତି ଯେତେ ଉଚ୍ଚକୁଳ ସମ୍ଭୁତ, ଅଶେଷ ଗୁଣ ବନ୍ତ ହୁଅନ୍ତୁ ନା...
ଗୋଟିଏ ସହରରେ ‘ବିଷ୍ଣୁ ଶର୍ମା’ ନାମକ ଜଣେ ବ୍ରାହ୍ମଣ ସପରିବାର ବାସ କରୁଥିଲେ । ଦିନେ ବ୍ରାହ୍ମଣୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ । ଠିକ୍ ସେହିଦିନ ତାଙ୍କ ଘର ପଛପଟେ ଏକ ନେଉଳ ଛୁଆଟିଏ ଜନ୍ମ କରି ସଂଗେ ସଂଗେ ଆରପାରିକୁ ଚାଲିଗଲା । ବ୍ରାହ୍ମଣୀ ସଂଗେ ସଂଗେ ନେଉଳ ଛୁଆକୁ ଘରକୁ ଆଣି ନିଜ ପୁଅ ପରି ପାଳିଲେ । କ୍ରମେ ନେଉଳ ଛୁଆ ଓ ଶିଶୁ ପୁତ୍ର ବଡ ହେବାକୁ ଲାଗିଲେ...
ଗୋଟିଏ ସହରରେ ଚାରିଜଣ ବ୍ରାହ୍ମଣ ପିଲା ବାସ କରୁଥିଲେ । ପିଲାଟି ଦିନରୁ ସେମାନଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ଥାଏ । କିନ୍ତୁ ସେମାନେ ଘୋର ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଥାଆନ୍ତି । ଦିନେ ସେମାନେ ଚିନ୍ତାକଲେ କ’ଣ କଲେ ସେମାନେ ଅଧିକ ଅର୍ଥ ଉପାର୍ଜନ କରିପାରିବେ । କାରଣ ଧନହୀନ ବ୍ୟକ୍ତିକୁ ସମାଜ ସବୁ ସମୟରେ ଘୃଣା ଚକ୍ଷୁରେ ଦେଖି ଆସିଛି । ଶେଷରେ ଚାରିବନ୍ଧୁ...
ଗୋଟିଏ ସହରରେ ଚାରିଜଣ ବ୍ରାହ୍ମଣ ବାସ କରୁଥିଲେ । ସେମାନେ ପିଲା ଦିନରୁ ଘନିଷ୍ଠ ବନ୍ଧୁ ଥିଲେ । ଦିନେ ସେମାନେ ଠିକ୍ କଲେ । ପଡୋଶୀ ରାଜ୍ୟକୁ ଯାଇ ସେଠାରେ ଅଧିକ ବିଦ୍ୟା ଶିକ୍ଷା କରିବେ ଏବଂ ଏହି ବିଦ୍ୟାକୁ ଉପଯୋଗ କରି କିଛି ଧନ ଉପାର୍ଜ୍ଜନ କରିବେ । ଏହା ଚିନ୍ତା କରି ସେମାନେ “ପଡୋଶୀ ରାଜ୍ୟକୁ” ଯିବାପାଇଁ ବାହାରି ପଡିଲେ । ସେଠାରେ ସେ ଏକ ବିଦ୍ୟାଳୟରେ ବିଦ୍ୟା...
ଗୋଟିଏ ବଡ ପୁଷ୍କରିଣୀ ଥାଏ । ସେହି ପୁଷ୍କରିଣୀରେ ‘ଶତବୁଦ୍ଧି’ ଏବଂ ‘ସହସ୍ରବୁଦ୍ଧି’ ନାମକ ଦୁଇଟି ମାଛ ବାସ କରୁଥାଆନ୍ତି । ସେମାନେ ‘ଏକବୁଦ୍ଧି’ ନାମକ ଏକ ବେଙ୍ଗ ସହିତ ବନ୍ଧୁତା ସ୍ଥାପନ କଲେ । ତିନିବନ୍ଧୁ ପୋଖରୀ ମଧ୍ୟରେ ସୁଖରେ ସମୟ କଟାଉଥାନ୍ତି । ପ୍ରତିଦିନ ସନ୍ଧ୍ୟା ସମୟରେ ଏକତ୍ରିତ ହୁଅନ୍ତି । ଦିନେ ସନ୍ଧ୍ୟା ସମୟରେ ତିନିବନ୍ଧୁ ଏକାଠି କଥାବାର୍ତ୍ତା...
ଗୋଟିଏ ଗ୍ରାମରେ ଜଣେ ଧୋବା ଗଧଟିଏ ପାଳିଥିଲା । ଧୋବା ଦିନ ତମାମ୍ ଗଧକୁ ଖଟାଏ । ରାତିରେ ଛାଡିଦିଏ । ରାତି ସମୟରେ ଗଧ ଏଣେ ତେଣେ କ୍ଷେତରେ ବୁଲି ଫସଲ ଖାଏ । ରାତି ପାହିବା ପାହିବା ହେଲେ ଗଧ ଧୋବା ନିକଟକୁ ଫେରିଆସେ । ଦିନେ ରାତିରେ ଗଧ କ୍ଷେତରେ ଚରିବା ସମୟରେ ତାର ଏକ ଶୃଗାଳ ସହିତ ଦେଖା ହେଲା । ସଂଗେ ସଂଗେ ଦୁଇଜଣ ଯାକ ସାଂଗ ହୋଇ ଜଣକର କାକୁଡି କ୍ଷେତରେ ପଶିଲେ...
ଗୋଟିଏ ଗ୍ରାମରେ ମନ୍ଥରକ ନାମକ ଏକ ତନ୍ତୀ ବାସ କରୁଥାଏ । ଲୁଗା ବୁଣି ସେ ତା’ର ଗୁଜୁରାଣ ମେଂଟାଏ । ଦିନେ ଲୁଗା ବୁଣୁଥିବା ସମୟରେ ତା’ର ତନ୍ତଟି ଭାଂଗିଗଲା । ତନ୍ତ ଭାଂଗିଯିବା ପରେ ମନ୍ଥରକ କୁରାଢିଟି ନେଇ ବଣକୁ ଗଲା । ତନ୍ତ ମରାମତି କରିବା ପାଇଁ ଭଲ କାଠ ଆବଶ୍ୟକ । ଭଲ କାଠ ଗଛ ଖୋଜୁ ଖୋଜୁ ଶେଷରେ ସେ ଏକ ଶିଂଶପା ଗଛ ଦେଖି ପାରିଲା । ସେହି ଗଛଟିକୁ ହାଣିବା...