ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚତୁର ଶତ୍ରୁ

ବିଶାଳପୁର ଗାଁରେ ଦୁଇଜଣ ମୁଖିଆ ଥିଲେ । ଜଣଙ୍କର ନାଁ ଭୁଷଣ ଓ ଅନ୍ୟ ଜଣେ ହେଲେ ରୋହିତ । ଚାଷୀ ଭୁଷଣ ପାଖରେ ଶାରୀରିକ ବଳ ଥିଲା । ମାତ୍ର ବ୍ୟବସାୟୀ ରୋହିତ ପାଖରେ ପ୍ରଚୁର ଧନ ବଳ ଥିଲା ।

                ରମଣ ଖାଲି ନାମକୁ ମାତ୍ର ଗ୍ରାମାଧିକାରୀ ଥିଲେ । ଭୁଷଣ ଏବଂ ରୋହିତ ସହିତ ପରାମର୍ଶ ନକରି, କୌଣସି ମୁଖ୍ୟ ବିଷୟରେ ନିଷ୍ପତି ନେବାକୁ ସେ କେବେବି ମଧ୍ୟ ସାହସ କରୁନଥିଲେ । ଭୁଷଣ ଇଚ୍ଛା ବିରୁଦ୍ଧରେ କୌଣସି କାମ ଆରମ୍ଭ କଲେ ସେ ଲାଠି ସାହାଯ୍ୟରେ ତାହା ବନ୍ଦ କରି ଦେଉଥିଲା । ରୋହିତକୁ କାମ ଭଲ ନ ଲାଗିଲେ ସେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ତୃଟି ବାହାର କରି କାମ ବନ୍ଦ କରିଦେଉଥିଲା ।

                ସେତେବେଳେ ଜମିରେ ଭଲ ଫସଲ କରିବା ପାଇଁ ନୂଆ ପଦ୍ଧତିର ଉପଯୋଗ କରାହେଉଥାଏ । ଖତ ଦେଲେ ଦୁଇଗୁଣ ଫସଲ ହେବ, ସେଥିପାଇଁ ସେହି ଦେଶର ରାଜା ସବୁ ଗାଁକୁ ଖତ ପଠାଇବାକୁ ଚାହିଁଲେ । କିନ୍ତୁ ଏଇଖତ ପାଇଁ ଲୋକମାନଙ୍କୁ କିଛି କିଛି ଦେବାକୁ ହେଉଥିଲା । ରାଜା ଏଇ ବିଷୟରେ ଚର୍ଚ୍ଚା କରିବାକୁ ସେ ଗାଁର ଅଧିକାରୀମାନଙ୍କୁ ଡାକି ତାଙ୍କଠାରୁ ସେ ସେମାନଙ୍କ ମତାମତ ଜାଣିବାକୁ ଚାହିଁଲେ । ଏମାନଙ୍କ ମଧ୍ୟରୁ ରମଣହିଁ କେବଳ ରାଜାଙ୍କୁ କହିଲା “ମୋତେ ନିଜ ଗାଁଲୋକଙ୍କ ସହ ପରାମର୍ଶ କରିବାକୁ ହେବ ।”

                ଏହା ଶୁଣି ସେ ରାଜା ଭାରି ଆଶ୍ଚର୍ଯ୍ୟ ହେଲେ ଏବଂ କହିଲେ, “ଗାଁର ଭଲପାଇଁ ନିଜ ହାତକୁ ମୁଁ ଏ କାମ ନେଇଛି; କିନ୍ତୁ ତୁମେ ଜଣେ ଲୋକ ଯିଏକି ଗାଁଲୋକଙ୍କଠାରୁ ମତାମତ ଚାହୁଁଛ ।”

                ରମଣ କହିଲା, “ପ୍ରଭୂ, ଆମ ଗାଁରେ ରୋହିତର ଅଜାଣତରେ ମୁଁ କିଛିବି କରିପାରିବିନି । ଚାଷୀ ଭୁଷଣର ବିନା ଆଦେଶରେ କେହିବି ଖତ କିଣିବେ ନାହିଁ । ଭୁଷଣ ଓ ରୋହିତ ମଧ୍ୟରେ ଶତ୍ରୁତା ଅଛି । ଏହି ଦୁଇଜଣଙ୍କ ବିନା ଅନୁମତିରେ ଆମ ଗାଁକୁ ଖତ ଦେବା ଅସମ୍ଭବ ।” ରମଣର ଏହି କଥା ଶୁଣି ରାଜା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଭୁଷଣ ଓ ରୋହିତ କଣ ରାଜାଙ୍କ ଆଜ୍ଞାକୁ ବିରୋଧ କରିବେ? ସେମାନେ ଯଦି ଏପରି କରିବେ ତେବେ ମୁଁ କଣ ଚୁପ୍ ହୋଇ ରହିବି? ଏମାନଙ୍କୁ ପ୍ରଥମରୁ ଜେଲ୍ ପଠାଇ ଦେବି ।” “ପ୍ରଭୁ ସେ ଦୁଇଜଣ ବହୁତ ଚତୁର ଏବଂ ଏମାନଙ୍କ ଉଦ୍ଧେଶ୍ୟ କେବଳ ନିଜର ସ୍ୱାର୍ଥ ସିଦ୍ଧି ।”

                ରାଜାଙ୍କର କୌତୁହଳ ହେଲା । ସମସ୍ତ ଗ୍ରାମାଧିକାରୀମାନଙ୍କୁ ବିଦାୟ ଦେଇ ସେ ରମଣକୁ ସେଠାରେ ରହିବାକୁ କହିଲେ । ଇତିମଧ୍ୟରେ ମନ୍ତ୍ରୀ ସେଠାକୁ ଆସି ରାଜାଙ୍କୁ କହିଲେ, “ମହାରାଜ୍, ଦୂତଠାରୁ ଏହି ସମାଚାର ମିଳିଲା ଯେ ଆମ ପଡୋଶି ମାଧବସେନଙ୍କ ମୁର୍ଖାମୀ ଏବଂ ଅନୁପଯୋଗୀ ଯୋଜନା ଯୋଗୁଁ ତାଙ୍କ ରାଜ୍ୟର ଜନସାଧାରଣ ତାଙ୍କ ଉପରେ ବହୁତ ରାଗିଛନ୍ତି । ଶୁଣାଯାଉଛି ଯେ, ସୈନ୍ୟମାନେ ମଧ୍ୟ ବିଦ୍ରୋହ କରିବାକୁ ବସିଛନ୍ତି । ମୁଁ ଭାବୁଛି ସେ ରାଜ୍ୟ ଆକ୍ରମଣ କରିବା ପାଇଁ ଏହାଠାରୁ ଆଉ ଭଲ ସୁଯୋଗ ଆମକୁ ଆଉ ମିଳିବନି ।”

                ରାଜା ଗମ୍ଭୀର ହୋଇ କହିଲେ, “ମାଧବସେନଙ୍କ କଥା ଛାଡ । ଆମ ପୂର୍ବ ଦିଗରେ ଯେଉଁ ଚନ୍ଦ୍ରଗୁପ୍ତ ଅଛନ୍ତି ତାଙ୍କର ଅବସ୍ଥା କ’ଣ? ସେ କଣ ଦୁର୍ବଳ ହୋଇ ଯାଇଛନ୍ତି? ଯଦି ସେ ଏବେ ମଧ୍ୟ ସବଳ ଥିବେ ତାହେଲେ ଆମେ ଯେବେ ମାଧବସେନଙ୍କ ରାଜ୍ୟ ଆକ୍ରମଣ କରିବୁ ସେତେବେଳେ ସେ ଆମ ରାଜ୍ୟ ମଧ୍ୟ ଆକ୍ରମଣ କରିବେ । ତା’ପରେ ଆମ ସୈନ୍ୟମାନଙ୍କୁ ଦୁଇପଟ ସୈନ୍ୟମାନଙ୍କ ସଙ୍ଗେ ଲଢାଇ କରିବାକୁ ହେବ । ସେଭଳି ପରିସ୍ଥିତିରେ ଆମର ପରାଜୟ ତ ଏକ ପ୍ରକାର ନିଶ୍ଚିତ ।”

                ମନ୍ତ୍ରୀ କହିଲେ, “ମହାରାଜ, ଆମ ବିଦୁଷକ ଦୁଇଜଣ ଦୂତଙ୍କୁ ଶିକ୍ଷା ଦେଇ ଜଣକୁ ମାଧବସେନ ଏବଂ ଅନ୍ୟ ଜଣକୁ ଚନ୍ଦ୍ରଗୁପ୍ତଙ୍କ ପାଖକୁ ପଠାଇଛନ୍ତି । ଉପଯୁକ୍ତ ସମୟରେ ଏମାନେ ଜଣଙ୍କ ବିରୁଦ୍ଧରେ ଅନ୍ୟଜଣଙ୍କୁ କହୁଛନ୍ତି । ଏହିଭଳି ଭାବେ ସେ ଦୁଇଜଣଙ୍କ ମଧ୍ୟରେ ଶତ୍ରୁତା ବଢାଉଛନ୍ତି । ଆପଣ ଯଦି ମାଧବସେନଙ୍କୁ ଯୁଦ୍ଧରେ ହରାଇବେ ତାହେଲେ ଚନ୍ଦ୍ରଗୁପ୍ତ ବହୁତ ଖୁସି ହେବେ ।”

                ରାଜା ମନ୍ତ୍ରୀକୁ ବହୁତ ପ୍ରଶଂସା କଲେ । ରମଣ କହିଲେ “ପ୍ରଭୂ, ଆପଣଙ୍କ ବିଦୂଷକ ବହୁତ ଚାଲାକ୍ । ମୋ ପ୍ରାର୍ଥନା ସେ ବିଳାସପୁରର ଭୁଷଣ ଓ ରୋହିତ ମଧ୍ୟରେ ଶତ୍ରୁତା ସୃଷ୍ଟି କରୁ, ତାହାହେଲେ ଯାଇ ମୋ ସମସ୍ୟା ବି ସମାଧାନ ହୋଇଯିବ ।”

                ରାଜା ସଙ୍ଗେସଙ୍ଗେ ବିଦୂଷକକୁ ଏହି ଖବର ପଠାଇଲେ । ରମଣଠାରୁ ବିଦୂଷକ ସବୁ ବିଷୟରେ ଅବଗତ ହେଲେ । ସେ ରାଜାଙ୍କୁ ପଚାରିଲେ, “ଭୁଷଣ ଏବଂ ରୋହିତଙ୍କ ପରି ମୁଖ୍ୟ ବ୍ୟକ୍ତି ସେହି ଗାଁରେ ଥାଉଥାଉ ରମଣଙ୍କର ଗ୍ରାମାଧିକାରୀ ହେବା କିପରି ସମ୍ଭବ ହେଲା? ଯେତେବେଳେ ପୁରା ଗାଁ ସେମାନଙ୍କ ଅଧୀନରେ, ସେମାନେ ନିଜେ କାହିଁକି ଗ୍ରାମାଧିକାରୀ ହେବାକୁ ଚେଷ୍ଟା କଲେ ନାହିଁ?”

                ରମଣ କହିଲେ, “ଦୁଇଜଣଙ୍କର ବଳ ପ୍ରାୟ ସମାନ । ପ୍ରତିଯୋଗିତା କଲେ ସେ ଦୁଇଜଣଙ୍କର କ୍ଷତି ହେବ ତାହା ସେମାନେ ଭଲ ଭାବରେ ଜାଣନ୍ତି । ଜଣେ ଗ୍ରାମାଧିକାରୀ ହେଲେ ଅନ୍ୟ ଜଣେ ଏକଥା କେବେବି ସହିପାରିବ ନାହିଁ । ଯିଏ ଗ୍ରାମାଧିକାରୀ ହେବ ପ୍ରତ୍ୟେକ ଦିନ ତା ପାଇଁ ପରୀକ୍ଷାର ଦିନ ହେବ । ସେଥିପାଇଁ ସେମାନେ ମୋତେ ଗ୍ରାମାଧିକାରୀ କରି ବସେଇ ଦେଲେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ