ବହୁ ପୁରୁଣା ଯୁଗର କଥା । କାଂଚନପୁର ନାମରେ ଏକ ରାଜ୍ୟ ଥିଲା । ସେଠାରେ ରାଜୁତି କରୁଥିଲେ ରାଜା ଜୀମୂତକେତୁ । ତାଙ୍କ ରାଣୀଙ୍କର ନାଁ ହେଲା କନକବତୀ । ସେ ରାଜାଙ୍କ ଶାସନରେ ତାଙ୍କ ପ୍ରଜାମାନେ ଅତ୍ୟନ୍ତ ସୁଖରେ କାଳ କାଟୁଥାଆନ୍ତି । ରାଜାଘରେ ଅବା ଅଭାବ କ’ଣ? ତଥାପି ବି ସେ ରାଜାରାଣୀଙ୍କ ମନରେ ଆଦୌ ସୁଖ ନଥାଏ । କାହିଁକିନା ତାଙ୍କ କୋଳରେ ପୁଅଟିଏ ନାହିଁ । ତାଙ୍କ ଅନ୍ତେ ଏତେ ବଡ ରାଜ୍ୟର ଉତ୍ତରାଧିକାରୀ କିଏ ହେବ? ବୃଦ୍ଧ...
ଖରାଦିନ । ଉଦୁଉଦିଆ ଦ୍ୱିପ୍ରହର ବେଳ । ପ୍ରଚଣ୍ଡ ସୂର୍ଯ୍ୟତାପ ସତେ ଯେମିତି ଧରାପୃଷ୍ଠକୁ ଜାଳି ଦେଉଛି । ଉଦ୍ଭିଦଜଗତ ଝାଉଁଳି ପଡିଥିବା ବେଳେ ପ୍ରାଣୀମାନେ ମୁନ୍ଦିଏ ଜଳପାଇଁ ଡହଳ ବିକଳ ହେଉଥାନ୍ତି । ହଠାତ୍ ପାହାଡି ଝରଶାରୁ ଜଳ ମୁନ୍ଦିଏ ପିଇବା ଲାଗି ଠେକୁଆଟିଏ ଦୌଡିଆସିଲା । ସେ ଶୋଷ ମେଂଟାଇବା ପାଇଁ ପାଣିରେ ମୁହଁ ଲଗେଇଛି କି ନାହିଁ, ହଠାତ୍ ସିଂହର ଗର୍ଜନ ଶୁଣି ଚମକି ପଡିଲା । ମୁହଁ ଉଠାଇ ଚାହିଁଲା ବେଳକୁ ଝରଣା...
ସତୁରା ଗାଁ ପାଖ ସାହିକୁ ପ୍ରତିଦିନ ଟିଉସନ୍ ହେବାକୁ ଯାଏ । ସକାଳୁ ଉଠି ସ୍କୁଲ୍ରେ ଯାହା ପାଠ ଦିଆ ଯାଇ ଥାଏ ତାକୁ ସେ ଶେଷ କରେ । ଗଣିତ କସେ । ଜ୍ୟାମିତି କରେ । ପାଠ ପଢୁ ପଢୁ ଆସି ଘଂଟାରେ ବାଜି ଯାଏ ନଅଟା । ତାପରେ ସେ ଉଠି ପଡି ରୁଟିନ୍ ଅନୁସାରେ ବହି ଖାତା ସବୁ ସଜାଡି ବ୍ୟାଗ୍ରେ ରଖି ଦିଏ । ଗାଧୁଆ ପାଧୁଆ ସାରି ତାକୁ ତା ମାଆ ଯାହା ଦିଅନ୍ତି ତାହାକୁ ସେ ମନ ଲଗାଇ ଖାଇ ଦିଏ । ତାପରେ ଟିଫିନ୍ ଓ ବହି ପତ୍ର ଧରି ସେ ତା...
ବହୁତ ଦିନ ତଳେ ଜନ୍ତୁମାନଙ୍କର ଗୋଟିଏ ବିରାଟ ଧରଣର ସଭା ହୋଇଥିଲା । ସେଥିରେ ସମସ୍ତେ ମାଙ୍କଡମାନଙ୍କୁ ନାଚିବାକୁ କହିଲେ । ତାପରେ ମାଙ୍କଡମାନେ ଖୁସି ହୋଇ ନାଚିଲେ । ଆଉ ସେ ମାଙ୍କଡମାନଙ୍କର ନାଚ ଦେଖି ସମସ୍ତେ ଖୁସି ହୋଇ ତାଳି ବଜାଇଲେ । ସେମାନଙ୍କ ନାଚ ଦେଖି ଓଟର ମଧ୍ୟ ନାଚିବାକୁ ଭାରି ଇଚ୍ଛା ହେଲା । ତେଣୁ ସେ ଓଟ ଉଠି ପଡି ନାଚିବାକୁ ଆରମ୍ଭ କଲା । ଓଟର ଗୋଡ ଓ ଶରୀରର ଗଠନ ଏପରି ଯେ ତା ପକ୍ଷରେ ନାଚିବା ଆଦୌ ସମ୍ଭବ...
ସିଂହପୁରୀକୁ ଗୋଟାଏ ସହର ବୋଲି କୁହାଯାଇ ପାରିବ ନାହିଁ । ବରଂ ତାହା ଗୋଟାଏ ବଡ ଗ୍ରାମ ଥିଲା । ତେବେ ସେ ଗ୍ରାମ ମଝିରେ ଗୋଟାଏ ବଡ ବଜାର ଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ସେଠିକାର ଲୋକେ ବେଶ୍ ସମୃଦ୍ଧ ଥିଲେ । ରଜନୀକାନ୍ତ ଓ ବେଣୁଗୋପାଳ ନାମରେ ଦୁଇ ବନ୍ଧୁ ଗାଁ ବିଦ୍ୟାଳୟରେ ପାଠପଢା ଶେଷ କରି ଅଲଗା ଅଲଗା ବେପାର ଆରମ୍ଭ କଲେ । ମାତ୍ର ମଧ୍ୟେ ମଧ୍ୟେ ସେ ଦୁଇ ବନ୍ଧୁ ପରସ୍ପର ଦେଖାସାକ୍ଷାତ କରି ଗପସପ...
ରାମପୁରରେ ରଙ୍ଗଦାସ ନାମରେ ଜଣେ ବୈଦ୍ୟ ଥା’ନ୍ତି । ସେ ଥରେ ସ୍ଥିର କଲେ ସହରରେ ଯାଇ ବସବାସ କରିବେ । ସହରରେ ବୈଦ୍ୟ ଭାବରେ ସେ ଯାହା କିଛିବି ଉପାର୍ଜ୍ଜନ କରୁଥିଲେ ତାହା ତାଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ପର୍ଯ୍ୟାପ୍ତ ନଥିଲା, ତେଣୁ ସେ ନିଜର ଜୀବିକା ପରିବର୍ତ୍ତନ କରି, ଏକ ଛୋଟକାଟର ବ୍ୟବସାୟ ଆରମ୍ଭ କଲେ । କିଛିଦିନ ମଧ୍ୟରେ ସେ ସେହି ବ୍ୟବସାୟରେ ଉତ୍ତରୋତ୍ତର ଉନ୍ନତି କଲେ । ଏହିପରି କିଛି ବର୍ଷ...
ଗୋଟିଏ ଗ୍ରାମରେ ଶହ ଶହ ଗାଈ ଗୋରୁଙ୍କୁ ନେଇ ଗୋଟିଏ ପିଲା ବାସ କରୁଥାଏ । ସେ ନିତୀ ଗାଈ ଗୋରୁମାନଙ୍କୁ ଚରାଇବାକୁ ଯାଏ । ଗାଈ ଗୋରୁ ମାନଙ୍କର ସେବାଯତ୍ନରେ ତାର ସମୟ କଟିଯାଏ । ଘରେ ତାର ସୁନ୍ଦରୀ ପତ୍ନୀ ଏକାକୀ ରହୁଥାଏ । ଗୋପାଳକର ଘର ପାଖରେ ଗ୍ରାମର ମୁଖିଆଙ୍କ ଘର । ଘରେ ଯାବତୀୟ କାମ ଶେଷ କରି ଗୋପାଳକର ପତ୍ନୀ ମୁଖିଆଙ୍କ ଘରକୁ ଯାଏ । ମୁଖିଆ ମଧ୍ୟ ଗୋପାଳକର ଘରକୁ ଆସନ୍ତି । ଉଭୟ ପରିବାର ମଧ୍ୟରେ ଏହିପରି ଯିବା ଆସିବା...
ମାରୁତି ନାମକ ଜଣେ ଭଲ ରାନ୍ଧୁଣିଆ ଥିଲା । କିନ୍ତୁ ତାର ଗର୍ବ ଯୋଗୁଁ କେହି ତାକୁ କେବେବି କିଛି କାମ ପାଇଁ ଡାକନ୍ତି ନାହିଁ । ଅଥଚ ତା’ର ବାପା ଭୀମକୁ ଭଲମନ୍ଦରେ ସମସ୍ତେ ରୋଷେଇ କରିବାକୁ ଡାକନ୍ତି । ଭୀମ ରନ୍ଧାରନ୍ଧି କରି ବହୁତ ଟଙ୍କା ରୋଜଗାର କରେ, ଆଉ ମାରୁତି ଖାଲି ତୁଚ୍ଛାକୁ ଘରେ ବସି ଆରାମରେ ଖାଏ । ସେହି ଗ୍ରାମରେ ଧର୍ମରାଜ ନାମକ ଜଣେ ଧନୀ ଚାଷୀ ଥାନ୍ତି । ତାଙ୍କ ପୁଅ ରାଜଧାନୀରେ ଚାକିରି ପାଇଲା...
(ଭୂବନସୁନ୍ଦରୀଙ୍କ ପାଇଁ ଗ୍ରୀକ୍ ଓ ଟ୍ରୋଜନ୍ ମାନଙ୍କ ମଧ୍ୟରେ ଯେଉଁ ଯୁଦ୍ଧ ଆରମ୍ଭ ହୋଇଥିଲା, ତାହା ଆସି ଶେଷ ଅବସ୍ଥାରେ ପହଁଚିଲା । ଦୁଇପକ୍ଷରୁ ମହାନ ଯୋଦ୍ଧା ସବୁ ମରିଗଲେ । ଟ୍ରୋୟକୁ ଜିତିବାକୁ ରୂପଧର ଏକ ଯୋଜନା ପ୍ରସ୍ତୁତ କଲେ । ଯୋଜନା ଅନୁସାରେ ଏକ ବିରାଟ କାଠଘୋଡା ତିଆରି କରାଗଲା । ଗ୍ରୀକ୍ ଯୋଦ୍ଧାମାନେ ସେହି କାଠଘୋଡାର ପେଟରେ ପଶି ଲୁଚିରହିଲେ । ଗ୍ରୀକ୍ ସମ୍ରାଟ୍ ପୋଡାକୁ ଓ ଚୌର୍ଯ୍ୟନାଥ ନାମକ ଏକ ଗୁପ୍ତଚରକୁ...
ହସ୍ତିନାପୁର ସମୀପରେ ଥିବା ଜଙ୍ଗଲରେ ହିରଣ୍ୟଧନ୍ୱ ନାମକ ଜଣେ ଭୀଲରାଜା ବାସ କରୁଥିଲେ । ତାଙ୍କ ପୁତ୍ର ଏକଲବ୍ୟ ଶୁଣିଲେ କି ସାରା ଦେଶର ରାଜକୁମାରମାନେ ଦ୍ରୋଣାଚାର୍ଯ୍ୟଙ୍କ ନିକଟରେ ଧନୁର୍ବିଦ୍ୟା ଶିକ୍ଷା କରୁଛନ୍ତି । ଏକଲବ୍ୟଙ୍କର ମଧ୍ୟ ଇଚ୍ଛା ହେଲା ଦ୍ରୋଣଙ୍କଠାରୁ ଅସ୍ତ୍ରବିଦ୍ୟା ଶିକ୍ଷା କରନ୍ତେ । ତେଣୁ ସେ ଯାଇ ଦ୍ରୋଣଙ୍କୁ ଦେଖାକଲେ । ଜଙ୍ଗଲ ବାସୀ ହୋଇଥିବାରୁ ବାହାର ସମାଜର ଜ୍ଞାନ ତାଙ୍କର ଏତେ...
ଦିନକର କଥା ବୁଦ୍ଧଦେବ ନିଜର ଶିଷ୍ୟମାନଙ୍କ ସହିତ ପରିଭ୍ରମଣ କରୁଥାନ୍ତି । ଠିକ୍ ସେହି ସମୟରେ ଜଣେ ଶିଷ୍ୟ ବୁଦ୍ଧଦେବଙ୍କୁ ପ୍ରଶ୍ନ ଛଳରେ କହିଲେ, ଗୁରୁଦେବ ଏହି ପୃଥିବୀରେ ଶ୍ରେଷ୍ଠ ବ୍ୟକ୍ତି କିଏ? ଟିକିଏ ହସି ଦେଇ ବୁଦ୍ଧଦେବ କହିଲେ ଏହି ପୃଥିବୀରେ ଚାରିପ୍ରକାର ବ୍ୟକ୍ତି ଅଛନ୍ତି । ପ୍ରଥମ ବ୍ୟକ୍ତି :- ଯେଉଁମାନେ କି ନିଜର ମଙ୍ଗଳ ଚିନ୍ତା କରନ୍ତି ନାହିଁ ବା ଅନ୍ୟର ମଙ୍ଗଳ ମଧ୍ୟ ଚିନ୍ତା କରନ୍ତି ନାହିଁ । ଦ୍ୱିତୀୟ ବ୍ୟକ୍ତି...
ହିତୋପଦେଶ କାହାଣୀ ଗୁଡିକ ବହୁ ପୁରାତନ କାଳର କାହାଣୀ, ଯାହାକି ଆମର କୋମଳମତି ଶିଶୁମାନଙ୍କର ଜୀବନ ଯାପନ ପ୍ରଣାଳୀକୁ ସୁମାର୍ଗରେ ପରିଚାଳିତ କରିବାକୁ ନିର୍ଦେଶ ଦିଏ । ଏହି ହିତୋପଦେଶ କାହାଣୀ ଗୁଡିକ ଇଣ୍ଡିଆର ବୃହତ୍ କଥା ସାହିତ୍ୟର ମାନ୍ୟତା ଲାଭ କରିପାରିଛି । ଏହାକୁ ବାଦ୍ ଦେଲେ ଇଣ୍ଡିୟ ସାହିତ୍ୟରେ ଆହୁରି କେତେକ କଥା ସାହିତ୍ୟ ପରିଲକ୍ଷିତ ହୁଏ । ଯେମିତିକି ଜାତକ କାହାଣୀ, ବେତାଳକଥା, ଉପନିଷଦକଥା ଇତ୍ୟାଦି । କିନ୍ତୁ...
ଭରତ ନାମକ ଜଣେ ବଡ ଭଲ ମଣିଷ ଥିଲା । ସେ ବରାବର ପାଖ ପଡୋଶୀ, ବନ୍ଧୁବାନ୍ଧବ ଇତ୍ୟାଦିଙ୍କୁ ସାହାଯ୍ୟ କରି ଆନନ୍ଦ ପାଉଥାଏ । ସେମାନେ କିନ୍ତୁ ତା’ପ୍ରତି କେବେବି ଭଲ ବ୍ୟବହାର କରନ୍ତି ନାହିଁ; ସେହି କାରଣରୁ ତା’ମନ ବଡ ବ୍ୟାକୁଳ ହୋଇଉଠେ । ଭରତର ସ୍ତ୍ରୀ ରାଣୀ ବଡ ଭଲ ସ୍ୱଭାବର ଝିଅ ଥିଲା । ଭରତର ଏପରି ଦୁଃଖ ସହି ନପାରି ଦିନେ ସେ କହିଲା, “ତୁମେ ଅନ୍ୟକୁ ସାହାଯ୍ୟ କରି ଯେଉଁ ଆନନ୍ଦ ପାଉଛ ତାହାଠାରୁ ଅଧିକ ମାତ୍ରାରେ ଚିନ୍ତା...
ସଦା ହାଟରୁ ଫେରୁ ଥାଏ । ସାଇକେଲ୍ ହ୍ୟାଣ୍ଡଲ୍ରେ ଦୁଇଟି ବ୍ୟାଗ୍ ପରିବା ଭର୍ତ୍ତି । ଆଉ ଘର ସଉଦା ବସ୍ତାରେ ପୁରାଇ ପଛ କେରିଅଲ୍ରେ ରଖି ଦେଇ ଥାଏ । ଆଠ ଦିନରେ ଥରେ ହାଟ ଗହଳି ପରିବାର । ସବୁ ଦରକାରୀ ସମଗ୍ରୀ ଧରି ସଦା ସେହି ହାଟରୁ ନିଜ ଘରକୁ ଫେରୁ ଥାଏ । ଗାଁ ଆଉ ଅଳ୍ପବାଟ ଅଛି ଗାଁକୁ ଯିବା ବାଟରେ ଗୋଟେ ତୋଟା ପଡେ ରାତି କଥା ଛାଡ ଦିନରେ ସେହି ତୋଟାଟା ମଧ୍ୟ ଖୁବ୍ ନିଛାଟିଆ ହୋଇ ପଡେ । ସେଦିନ ହାଟ ସାରୁ ସାରୁ ସଦାର ଖୁବ୍...
ନୁନ୍ଦର ବୋଲି ଗୋଟିଏ ଗ୍ରାମ ଥିଲା । ସେହି ଗ୍ରାମଟି ବ୍ରାହ୍ମଣ ଶାସନିଆ ପଣ୍ଡା ବ୍ରାହ୍ମଣମାନେ ବାସ କରନ୍ତି । ସେହି ଗ୍ରାମର ଚାରିଜଣ ଅତି ସାଙ୍ଗ ଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ସିନା ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜ୍ଜନ କରିଥିଲେ ହେଲେ ବୁଦ୍ଧି ତାଙ୍କର କମ୍ ଥିଲା । ଏମିତି ଦିନେ ଚାରିସାଙ୍ଗ ଯାକ ବିଚାର କଲେ ଯେ ଆମେ ଆଉ ଏ ଗ୍ରାମରେ ରହି କ’ଣ କରିବା । ଉପାସ ଭୋକରେ ସମୟ ବିତାଇବା ଠାରୁ ଚାଲ ଆମେ ଚାରିଜଣଯାକ...
ଧଡ୍ ଧଡ୍ କରି କବାଟ ଠେଲି ଦୌଡା ଦୌଡି ହୋଇ ଏକା ସାଙ୍ଗରେ ଘରେ ପଶିଲେ ଦୁଇଟି ପିଲା । ଦାଣ୍ଡଘର ଟପି ଭିତରପଟ ବାରଣ୍ଡାକୁ ଆସି ସେ ଦୁହେଁ ଥପ୍ କରି ଠିଆ ହୋଇଗଲେ । ଦୁହେଁ ଜାଣିଲେ ଏମିତି ଆସିବା ଠିକ୍ ହେଲାନି । ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ସ୍ପିଡ୍ ଆଦୌ କମି ପାରିଲା ନାହିଁ ଓ ଦୁହେଁ ବାରଣ୍ଡାର ମଝିକୁ ଆସିଗଲେ । ଭଲ ଖବରଟିଏ ଦେବେ ବୋଲି ଆସିଥିଲେ କିନ୍ତୁ ପରିସ୍ଥିତି ଅଲଗା ହୋଇଗଲା । ସମୀରର ବୋଉ ଶ୍ରାଦ୍ଧର ପିଣ୍ଡ ପାଇଁ...
“ଧନ୍ୟ ଆମ ମାଆ ମଦର ଟେରେସା ଧନ୍ୟ ତାଙ୍କ ସ୍ୱାର୍ଥତ୍ୟାଗ ନୋବେଲ ପ୍ରାଇଜ୍ ପାଇଥିଲେ ମଧ୍ୟ ମନେ ନ ଥିଲା ଆବେଗ । ସମ୍ମାନ କି ଟଙ୍କା ଲୋଭ ତ ନ ଥିଲା ପାଇଲେ ଯେତିକି ଧନ ଦୁଃଖୀରଙ୍କୀଙ୍କର ସେବାରେ ଲଗାଇ ଜୀବନକୁ କଲେ ଧନ୍ୟ ।” ସାଧାରଣତଃ ଜଣେ ପ୍ରଚୁର ଅର୍ଥ କି ସମ୍ମାନ ପାଇଲେ ଖୁସି ହେବା କଥା । ମାତ୍ର ଜଣେ ବିଦେଶିନୀ ମହିଳାଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଥିଲା । ସେ ଥିଲେ ମଦର ଟେରେସା, ଯିଏ କି ଦୁଃସ୍ଥ ଦରିଦ୍ରଙ୍କ...
ପୁଣି ଥରେ ବେତାଳକୁ ଗଛରୁ ଆଣି ବିକ୍ରମ ନିଜ କାନ୍ଧ ଉପରେ ପକାଇ ଶ୍ମଶାନ ଆଡେ ଚାଲିବାକୁ ଲାଗିଲେ । ବେତାଳ ମଧ୍ୟ ସବୁଥରକ ପରି ଏଥର ମଧ୍ୟ ଏକ କାହାଣୀ କହିବାକୁ ଆରମ୍ଭ କଲା । ‘ମହେଶ୍ୱରପୁର’ ରାଜ୍ୟରେ ‘ପୁସ୍ୟମିତ୍ର’ ନାମକ ଏକ ବ୍ରାହ୍ମଣ ବାସ କରୁଥିଲେ । ପୁସ୍ୟମିତ୍ରଙ୍କର ପତ୍ନୀ ସୁଲୋଚନା ଅତ୍ୟନ୍ତ ସୁନ୍ଦରୀ ଥିଲେ । ଦିନେ କମଳ କିଶୋର ଯଜମାନ କାର୍ଯ୍ୟରେ ଏକ ମାସ ପର୍ଯ୍ୟନ୍ତ ବିଦେଶ ଯିବାକୁ ମନସ୍ଥ କଲେ ।...
ଦେଶର ନାମ ପୁଣ୍ୟ ଇଣ୍ଡିଆ ବର୍ଷ । ଏହି ଦେଶରେ କାଶୀ ନାମରେ ଏକ ପବିତ୍ର ସ୍ଥାନ ଥିଲା । ଉପଦେଷ୍ଟା ଓ ବୋଲକରା ଦୁହେଁ ସେହି ପୁଣ୍ୟ ସ୍ଥାନ ଦର୍ଶନ କରିବା ନିମନ୍ତେ ପୁଣ୍ୟ ଗଙ୍ଗା ନଦୀର କୂଳେ କୂଳେ ଚାଲିଲେ । ଏମିତି ଅନେକ ଦୂର ଚାଲିଯିବା ପରେ ଉପଦେଷ୍ଟା କହିଲେ – ରହ ବୋଲକରା କଥା ମୋ ଶୁଣ ପୁଣ୍ୟତୀର୍ଥ ପୁଣି ଏ କାଶୀ ଜାଣ ଗଙ୍ଗା କୂଳ ଠାରୁ ପବିତ୍ର ନାହିଁ...
ବିକାଶର ଶିକ୍ଷା ସମାପ୍ତ ହେବା ପରେ ବିନା କଷ୍ଟରେ ସେ ସହରରେ ଭଲ ଚାକିରୀଟିଏ ପାଇଲା । ତେଣୁ ଗ୍ରାମରୁ ସେ ତା’ ପରିବାରଙ୍କୁ ନେଇ ସହରରେ ଘର ଭଡା ନେଇ ରହିଲା । ପ୍ରତିଦିନ ସେ ଗାଡିଟିଏ ଭଡା କରି କାର୍ଯ୍ୟାଳୟକୁ ଯାଏ । ବୁଢାବୁଢୀମାନଙ୍କ ପ୍ରତି ବିକାଶ ହୃଦୟରେ ସର୍ବଦା ସହାନୁଭୂତି ଥାଏ । ଯେଉଁ ଗାଡିରେ ପ୍ରତିଦିନ ସେ ଯାଏ ସେଇ ଗାଡିର ଚାଳକ ନଟକୁ ସେ ମାସକୁ ପଚାଶ ଟଙ୍କା ଦିଏ । ଗାଡିରେ ଯିବାବେଳେ ସେ ନଟକୁ...
୧୮୮୦ ମସିହା ବେଳର କଥା । ସେତେବେଳେ ଇଣ୍ଡିଆରେ ବଡଲାଟ୍ ଥାଆନ୍ତି ଲର୍ଡ ରିପନ୍ । ସେତିକିବେଳଠୁଁ ଇଣ୍ଡିଆବର୍ଷର ବଡ ବଡ ସହରରେ ଗଠିତ ମ୍ୟୁନିସପାଲଟି ଗୁଡିକରେ ସ୍ୱାୟତ୍ତ ଶାସନ ଦିବସ ପାଳନ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଚାଲିଆସୁଛି । ମାତ୍ର ଆନନ୍ଦର କଥା ଯେ, ଏହାର ଚାରିବର୍ଷ ପୂର୍ବରୁ ଅର୍ଥାତ୍ ୧୮୭୬ରୁ କଟକ ମ୍ୟୁନିସପାଲଟି ଗଠନ ହୋଇସାରିଥିଲା । ସେହି ସ୍ୱାୟତ୍ତ ଶାସନ ଦିବସଟି ଏବେ ବି ପ୍ରତିବର୍ଷ ଅଗଷ୍ଟ ୩୧ ତାରିଖ ଦିନ...
ପୁରୁଣା କାଳର କଥା । ନୁରଶାହ ବାଗଦାଦରେ ସୁଲତାନ୍ ଥା’ନ୍ତି; ସେ ହସଖୁସି ଓ ଥଟ୍ଟାତମସାକୁ ଖୁବ୍ ଭଲ ପାଉଥିଲେ । ଥରେ ବାଗଦାଦ୍ ସହରର ଏକ ବଡ ଧନୀ ବ୍ୟବସାୟୀ ରହମତୁଲ୍ଲାଙ୍କର ମୃତ୍ୟୁ ହୋଇଗଲା । ତାଙ୍କର କେହି ବି ଉତ୍ତରାଧିକାରୀ ନ ଥିଲେ । ବାଗଦାଦ୍ରେ ଅବ୍ଦୁଲ୍ଲା ନାମକ ଏକ ଗରୀବ ପ୍ରଜା ରହୁଥାଏ । ସେ ରହମତୁଲ୍ଲାଙ୍କ ସମ୍ପତ୍ତିରୁ କିଛି ପାଇବ ବୋଲି ସ୍ଥିର କରି ମନେ ମନେ କିଛି ଉପାୟ ପାଂଚିଲା ଓ ସୁଲତାନଙ୍କ...
ପୂର୍ବକାଳର କଥା । ସୁବୋଧ ନାମକ ଗୁରୁଙ୍କ ପାଖରେ ବତ୍ସଳ ନାମରେ ଜଣେ ଶିଷ୍ୟ ଥାଏ । ତା’ର ଶିକ୍ଷା ସମାପ୍ତ ହୋଇଥିଲେ ମଧ୍ୟ ସେ ଗୁରୁଙ୍କ ପାଖରେ ରହି ସେବା କରିବା ପାଇଁ ଇଚ୍ଛା ପ୍ରକଟ କଲା । ବତ୍ସଳର ଏଭଳି ଗୁରୁଭକ୍ତି ଦେଖି ଗୁରୁ ତାକୁ ଦଶଜଣ ବିଦ୍ୟାର୍ଥିଙ୍କୁ ଶିକ୍ଷା ଦେବାର ଭାର ଦେଲେ । ଗୁରୁଙ୍କଠାରୁ ପ୍ରଶଂସା ପାଇବା ଇଚ୍ଛାରେ ସେ ଛାତ୍ରଙ୍କୁ ବଡ ଶ୍ରଦ୍ଧା ସହକାରେ ଶିକ୍ଷା ଦେଲା । ଅଳ୍ପ ସମୟ ମଧ୍ୟରେ ସେମାନେ ଶିକ୍ଷା...
ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ହେଉଥାଏ । ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ବିଜୁଳି ଆଲୁଅର ଝଲକରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ନହୋଇ ପୁନର୍ବାର ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତା’ପରେ ତାକୁ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ...
ଏକଦା ମଗଧରେ ରାଜା ଚନ୍ଦ୍ରସେନ୍ ରାଜୁତି କରୁଥା’ନ୍ତି । ତାଙ୍କର ଚାରିଜଣ କୁମାର ଥା’ନ୍ତି – ସେମାନେ ଯେତେବେଳେ ଗୁରୁକୁଳରେ ଶିକ୍ଷା ସମାପ୍ତ କରି ଫେରିଆସିଲେ, ରାଜା ସେମାନଙ୍କୁ ଆଦେଶ ଦେଲେ କି ସେମାନେ ଯେପରି ତାଙ୍କର ପ୍ରବୀଣ ମନ୍ତ୍ରୀଙ୍କଠାରୁ ବର୍ଷକ ପର୍ଯ୍ୟନ୍ତ ସମଗ୍ର ରାଜନୀତି ଶିକ୍ଷା କରିବେ । ମନ୍ତ୍ରୀ ଏକଥା ଶୁଣି ରାଜାଙ୍କୁ ଭେଟି କହିଲେ, “ପ୍ରଭୁ, ରାଜକୁମାରମାନେ ଗୁରୁକୁଳରେ ତ ସମସ୍ତ ବିଦ୍ୟା...
ଅନେକ ବର୍ଷ ତଳର କଥା । ଏକ ନଗରୀରେ ଜଣେ ଗରିବ ବ୍ରାହ୍ମଣ ବାସ କରୁଥିଲେ । ସେ ଭିକ୍ଷାବୃତି କରି ପରିବାର ପୋଷଣ କରନ୍ତି । ଦିନକର କଥା । ବ୍ରାହ୍ମଣ ଭିକ୍ଷା ଉଦ୍ଧେଶ୍ୟରେ ଜଣେ ଶେଠ୍ ଗୃହନିକଟରେ ପହଂଚିଲେ । ଶେଠ୍ ଅତି ଆନନ୍ଦିତ ଥିବା ଦେଖି ଭିକ୍ଷୁକ ବ୍ରାହ୍ମଣ ପଚାରିଲେ, ଆପଣ ଆଜି ଅତି ପ୍ରସନ୍ନ ଦେଖାଯାଉଛନ୍ତି, କାରଣ କ’ଣ?” ଶେଠ୍ ଜଣକ ଆତ୍ମହରା ହୋଇ କହି ଉଠିଲେ, “ପରମାତ୍ମାଙ୍କ କୃପାରୁ ଆଜି ମୋତେ...
ବିକ୍ରମଙ୍କୁ ଦେଖି ବେତାଳ କହିଲା, “ତୁମେ ପୁଣି ମୋ ପଛେ ପଛେ ଏଠାକୁ ଚାଲି ଆସିଲ ।” ବେତାଳର କଥା ଶୁଣି ରାଜା କହିଲେ, “ବେତାଳ! ତୁ ମୋତେ କ’ଣ ଭାବିଲୁ, ମୁଁ ତୋତେ ନ ନେଇ ଛାଡିଦେବି ।” ଏହା କହି ପୁଣିଥରେ ବିକ୍ରମ ବେତାଳକୁ ଆଣି କାନ୍ଧରେ ପକାଇ ବାଟ ଚାଲିଲେ । ପଥ ଚାଲିବାର କଷ୍ଟ ଦୂର କରିବାପାଇଁ ବେତାଳ ପୁଣି ଥରେ ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲା । ଉଜ୍ଜୟିନୀ ନଗରରେ ଜଣେ ଧନୀକ ବ୍ୟକ୍ତି ବାସ କରୁଥିଲେ ।...
ଶିବପୁର ଓ ସ୍ୱର୍ଣ୍ଣପୁର ନାମରେ ଦୁଇଟି ପଡୋଶୀ ରାଜ୍ୟ ଥିଲା । କିନ୍ତୁ ପ୍ରାୟ ତିନି ଚାରି ପୀଢି ଧରି ସେ ଦୁଇରାଜ୍ୟ ମଧ୍ୟରେ ଶତୃତା ଲାଗି ରହିଥିଲା । ସେ ଦୁଇ ରାଜ୍ୟର ଅର୍ଥ-ଶକ୍ତି ସେନା-ଶକ୍ତି ପ୍ରାୟ ସମାନ; ତେଣୁ ସେମାନଙ୍କ ମଧ୍ୟରୁ କେହି ବି କାହାକୁ ଜିଣିପାରୁ ନଥିଲେ । କିଛିଦିନ ପରେ ଧୀରେ ଧୀରେ ସ୍ୱର୍ଣ୍ଣପୁରୀର ସେନାବଳ କମ୍ ହୋଇଗଲା । ସେତେବେଳେ ସେଠାକାର ରାଜା ବିଷ୍ଣୁସେନ ନିଜ ରାଜ୍ୟର ରକ୍ଷା ପାଇଁ ଖୁବ୍ ଚିନ୍ତିତ...
ସୋମେଶ୍ୱର ଏକ ବିରାଟ ଗ୍ରାମ! ସେଠାରେ ଅନେକ ଥିଲାବାଲା କୃଷକ, କେତେଜଣ ବ୍ୟବସାୟୀ ଓ ଜଣେ ଦୁଇଜଣ ଜମିଦାର ବସବାସ କରୁଥିଲେ । ତା’ଛଡା ସେ ଗ୍ରାମଟି ଦୁଇଟି ବଡ ବଡ ସହରର ମଝାମଝି ସ୍ଥାନରେ ଅବସ୍ଥିତ ହୋଇଥିବା ଯୋଗୁଁ ଗାଁ ମଝିଦେଇ ଅନେକ ଶଗଡ ଓ ସବାରୀ ତଥା ପଥଚାରୀମାନଙ୍କର ଚଳପ୍ରଚଳ ଲାଗି ରହିଥିଲା । ଗାଁରେ ଗୋଟିଏ ଯୋଡିଏ ଚଟିଘର ମଧ୍ୟ ଥିଲା । ସେ ଚଟିଘର ଦୁଇଟିରେ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବାଆସିବା...
ଏକଦା ଗୋଟିଏ ଗ୍ରାମରେ ଛେଳିଟିଏ ଜଙ୍ଗଲରେ ଚରୁ ଚରୁ ସାଥୀମାନଙ୍କ ଠାରୁ ବହୁ ଦୂରକୁ ଚାଲିଗଲା । ଧୀରେ ଧୀରେ ସନ୍ଧ୍ୟା ହୋଇ ଆସୁଥିଲା । ବହୁତ ଏପଟ ସେପଟ ଧାଇଁ କୌଣସି ସାଥୀକୁ ନପାଇବାରୁ ଜୀବନ ବିକଳରେ ଗୋଟିଏ ଗୁମ୍ଫାରେ ପଶିଗଲା । ସେଇଟା ଥିଲା ଗୋଟିଏ ବାଘର ଗୁମ୍ଫା । କିଛି ସମୟ ପରେ ବାଛୁରୀଟିଏ ଧାଇଁଆସି ସେଇ ଗୁମ୍ଫାରେ ପଶିଲା । ଛେଳିକୁ ଦେଖି ବାଛୁରୀ ଭାବିଲା ସେଇଟା ଛେଳିର ଘର ଓ ବାଛୁରୀକୁ ଦେଖି ଛେଳି ଭାବିଲା ସେଇଟା...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । ତଥାପି ତିଳେମାତ୍ର ଦ୍ୱିଧା ନକରି ରାଜା ବିକ୍ରମାର୍କ ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ...
ପାଟପୁରରେ ନୀଳାମ୍ବର ନାମକ ଜଣେ ବ୍ୟକ୍ତି ଥାଏ । ତା’ର ପରିବାର ବୋଲି ସ୍ତ୍ରୀ କନକ ଓ ପୁଅ ଝିଅ ଦୁଇଟି । ତା’ଘରେ ଦୁଇଟି ଦୁଧିଆଳୀ ମଇଁଷି ଆଉ କିଛି ଜମି ନେଇ ସେ ଦୁଃଖକଷ୍ଟରେ ଚଳୁଥାଏ । ଥରେ ଏପରି ଅକାଳ ପଡିଲା ଯେ ବର୍ଷା ନହେବାରୁ ଧାନ ନଷ୍ଟ ହେଲା । ପୁଣି ଭଲ ଘାସପତ୍ର ଖାଇବାକୁ ନପାଇ ମଇଁଷି ଦୁଇଟି ମଧ୍ୟ ହଠାତ୍ ମରିଗଲେ । ଏଣେ ଘର ଚଳାଇବାକୁ ତାକୁ ବହୁତ କଷ୍ଟ ପଡିଲା । ଦିନେ ରାତିରେ ପିଲାମାନେ...
ଯେଉଁ ଲୋକ ଅପର ପାଖରୁ ଜିନିଷ ପତ୍ର ଆଣି ନଦିଏ ତାହାକୁ କହନ୍ତି ଫାଙ୍କି ବାଜ ଓ ଦୁଆଳିଆ । ସେ ଲୋକକୁ କେହି ହେଲେ ମଧ୍ୟ ବିଶ୍ୱାସ କରି ଜିନିଷ ପତ୍ର କିମ୍ବା ଟଙ୍କା ପଇସା ଧାର ଉଧାର ଦିଅନ୍ତି ନାହିଁ । ଏହି ଫାଙ୍କି ବାଜ ଭିତରୁ ଗୋପାଳ ଥିଲେ ଜଣେ । ସେ ଯାହା ପାଖରୁ ଧାର ଉଧାର ଆଣେ ତାକୁ ଦେବାକୁ ମନ କରେନା । ଲୋକ ମାଗିଲେ ତାଙ୍କ ଉପରେ ଓଲଟ ପ୍ରଭୁତ୍ୱ ଦେଖାଇ ତାଙ୍କ ପାଖରେ ମିଛ ଆପତ୍ତି କରି ଭାଣ୍ଡାମି ବୁଦ୍ଧିରେ ତାକୁ...