ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କଣା ଚାହେଁ ସମସ୍ତେ କଣା ହୁଅନ୍ତୁ

ଜଙ୍ଗଲରେ ଶିକାରୀ ବିଛେଇ ଥିବା ଜାଲରେ ଦିନେ ଗୋଟିଏ ବିଲୁଆ ଫଶି ଗଲା । ଯେତେ ଚେଷ୍ଟା କଲେ ମଧ୍ୟ ସେହି ବିଲୁଆଟି ଶିକାରୀର ଜାଲ ମଧ୍ୟରୁ ଖସି ପାରିଲା ନାହିଁ । ତେଣୁ ବହୁତ ଛାଟି ପିଟି ହେଲା ସେ । କିନ୍ତୁ ସବୁ ପ୍ରକାର ଚେଷ୍ଟା ବିଫଳ ହେଲା ତାର । ଏହି ସମୟରେ ଜାଲ ବିଛେଇ ଥିବା ଶିକାରୀ ପହଁଚି ଦେଖିଲା ଯେ ଜାଲ ମଧ୍ୟରେ ଗୋଟିଏ ବିଲୁଆ ଧରା ପଡିଛି । ସେ ସଂଗେ ସଂଗେ ବିଲୁଆକୁ ମାରିବା ପାଇଁ ଠେଙ୍ଗା ଉଠାଇଲା କିନ୍ତୁ ବିଲୁଆ କହିଲା – ମୋତେ ଛାଡି ଦିଅନ୍ତୁ । ମୋତେ ମାରି ଆପଣ କ’ଣ ବା ପାଇବେ । ମୋତେ ଛାଡି ଦେଲେ ମୁଁ ଜୀବନ ସାରା ଆପଣଙ୍କ ଉପକାର କେବେ ଭୁଲିବି ନାହିଁ ।

ତେଣୁ ଏହି କଥା ଶୁଣି ଶିକାରୀ ଜଣକ ଭାବିଲା ଠିକ୍ କଥା ତ । ତା’ମନରେ ଦୟା ଆସି ଗଲା । ତେଣୁ ସେ ବିଲୁଆକୁ ଛାଡି ତ ଦେଲା କିନ୍ତୁ ଛାଡିବା ଆଗରୁ ତା’ର ଲାଞ୍ଜ କାଟି ଦେଲା । ଲାଞ୍ଜ କାଟିଲା ପରେ ସେ ଜାଲରୁ ଛାଡ ପାଇ ଖୁବ୍ ଜୋର୍ରେ ଦୌଡିଲା ଜଙ୍ଗଲ ଆଡକୁ । କିନ୍ତୁ ତା’ର ମନରେ ବହୁତ ଦୁଃଖ ହେଲା ଯେ ତା’ର ଏତେ ସୁନ୍ଦର ଲାଞ୍ଜଟିକୁ ସେ ହରାଇଲା । ସେ କିପରି ଭାବରେ ତାଙ୍କ ସାଥୀଙ୍କୁ ମୁହଁ ଦେଖାଇବ । ଯେତେ ବେଳେ ସେମାନେ ପଚାରିବେ ଯେ ତୁମର ଲାଞ୍ଜ କୁଆଡେ ଗଲା? ସେ ସେମାନଙ୍କୁ କି ଉତ୍ତର ଦେବ ଭଲା? ହେ ଭଗବାନ୍! ଏଥିରୁ ଭଲ ହୋଇଥାନ୍ତା ଯଦି ଶିକାରୀ ମୋତେ ଜୀବନରୁ ମାରି ଦେଇ ଥାନ୍ତା ।


ଗପ ସାରଣୀ

ତାଲିକାଭୁକ୍ତ ଗପ